“ମୁଁ ପୁରା କରିଛି ନେହୁରୁଙ୍କ ଅଧା ଗଢା ସ୍ୱପ୍ନ”, ଅର୍ବାନ ନକ୍ସଲକୁ ନେଇ ଅସନ୍ତୋଷ ପ୍ରକାଶ କଲେ ମୋଦୀ ଗୁରୁରାଟ,ସେପ୍ଟେମ୍ବର 23(ଖବର ଓଡ଼ିଶା): Share story: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁରାଟରେ ଆୟୋଜିତ ହୋଇଥିବା ପରିବେଶ ମନ୍ତ୍ରୀଙ୍କ ସମ୍ମୀଳନୀକୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ମନ୍ଥରତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅର୍ବାନ ନକ୍ସଲ ଓ ରାଜନୀତିକ ସମର୍ଥନ ମାନଙ୍କ ବିକାଶ ବିରୋଧି ତତ୍ୱ ଗୁଜୁରାଟ୍ରେ ନର୍ମଦା ନଦୀରେ ସରର୍ଦାର ସରୋବର ବନ୍ଧ ନିର୍ମାଣ କାର୍ଯ୍ୟର ମନ୍ଥରତାର କାରଣ ସାଜିଛି । ପର୍ଯ୍ୟବରଣ ନାଁ ଏହି ସବୁ କରାଯାଉଛି । ଏହା ଛଡ଼ା ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁ କାର୍ଯ୍ୟକୁ ପ୍ରଥମେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାରଲାଲ୍ ନେହୁରୁ ଆରମ୍ଭ କରିଥିଲେ ତାହାକୁ ବର୍ତ୍ତମାନ ସେ ପୁରା କରିଛନ୍ତି । ନର୍ମଦା ଜିଲ୍ଲାର ଏକତା ନାଗରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ବିଭିନ୍ନ ରାଜ୍ୟର ପରିବେଶ ମନ୍ତ୍ରୀମାନଙ୍କୁ କହିଛନ୍ତି ଯେ ପରିବେଶ ନାମରେ ଦେଶରେ ବିକାଶ କାର୍ୟ୍ୟକୁ ବନ୍ଦ କରିବା ପାଇଁ କିପରି ଉଦ୍ୟମ କରାଯାଇଛି। ସେ କହିଛନ୍ତି, “ଆଧୁନିକ ଭିତ୍ତିଭୂମି ବିନା ଦେଶର ବିକାଶ, ଦେଶବାସୀଙ୍କ ଜୀବନଧାରଣର ଉନ୍ନତି ପାଇଁ ପ୍ରୟାସ ସଫଳ ହୋଇପାରିବ ନାହିଁ। ଖବର ଓଡ଼ିଶା, Reporter, 23/09/2022