ଫାଜିଲକା: ପଂଜାବର ଫାଜିଲକା ସହରରେ ଶୁକ୍ରବାର ଅପରାହ୍ଣରେ ଗଭୀର ବୋରୱେଲରେ ଖସିପଡ଼ିଥିବା ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଅମ୍ଲଜାନ ପହଞ୍ଚି ପାରୁ ନଥିବା ସ୍ଥାନରୁ ଶିଶୁକୁ ବଡ଼ କଷ୍ଟର ସହିତ ଉଦ୍ଧାର କରାଯାଇଛି। ଏହି ବୋରୱେଲ ଉପର ଦେଇ ଏକ ପାଇପ ଯାଇଥିଲା, ଯାହାକୁ ଭାଙ୍ଗି ଦିଆଯାଇଛି। ଶିଶୁଟି ବୋରୱେଲରେ ଖସିପଡ଼ିବା ପରେ ପରିବାର ଓ ଆଖପାଖର ଲୋକେ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେଇଥିଲେ।
ଦେଢ଼ ବର୍ଷର ଶିଶୁ ପାଖାପାଖି ୧ ଘଣ୍ଟା ଯାଏଁ ୧୨ ଫୁଟ ଗଭୀର ବୋରୱେଲରେ ଫସି ରହିଥିଲା। ତାକୁ କ୍ରେନ୍ ସାହାଯ୍ୟରେ ୧୫ ଫୁଟ ଗାତ ଖୋଳି ବାହାର କରାଯାଇଥିଲା। ଉଦ୍ଧାର ପରେ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଶିଶୁଟିର ସ୍ବାସ୍ଥ୍ୟ ଠିକ୍ ଅଛି।
ଅନୀତା ରାନୀ ନାମକ ଜଣେ ମହିଳା କହିଛନ୍ତି, ସହରରେ ଚାଳଛପର ଘରେ ଅନେକ ଲୋକ ରହୁଛନ୍ତି। ସେଥିରୁ ଜଣେ ହେଉଛନ୍ତି ଅନୀତା ରାଣୀ, ଯାହାଙ୍କର ଦେଢ଼ ବର୍ଷର ଶିଶୁ ଶୁକ୍ରବାର ଖେଳିବା ସମୟରେ ବୋରୱେଲରେ ଖସିପଡ଼ିଥିଲା। ଘଟଣା ସଂପର୍କରେ ଅବଗତ ହେଲା ପରେ ଆଖପାଖର ଲୋକେ ପ୍ରଶାସନକୁ ଏବାବଦରେ ସୂଚନା ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜେସିବିକୁ ସାହାଯ୍ୟରେ ମାଟି ଖୋଳା ହୋଇଥିଲା। ୧୫ ଫୁଟର ଗାତ ଖୋଳି ଶିଶୁକୁ ଉଦ୍ଧାର କରାଯାଇଥିଲା।