ଆସନ୍ତା ମାର୍ଚ୍ଚରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା !ଦୂର ହେବ ଅଭିଭାବକଙ୍କ ଚିନ୍ତା ନୂଆଦିଲ୍ଲୀ, ଜାନୁଆରୀ 17(ଖବର ଓଡ଼ିଶା) Share story: କରୋନା କାଳରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ବର୍ତ୍ତମାନ ଏବେ ଏହା କରୋନା କବଚ ସାଜିଛି । ଏହାରି ଭିତରେ ଏକ ବଡ଼ ସୁଚନା ଆସିଛି ଯେ ୧୨ ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯିବ କରୋନା ଟିକା । ଏନେଇ ଆଶା ସଞ୍ଚାର କରିଛନ୍ତି NTAGIର କୋଭିଡ଼୍୧୯ ୱାକିଂ ଗ୍ରୁପ୍ ଚେୟାରମ୍ୟାନ୍ ଡ଼, ଏନ୍.କେ ଆରୋରା । ତେଣୁ ଯାହା କୁହାଯାଉଛି ଆସନ୍ତା ମାର୍ଚ୍ଚରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ଦିଆଯାଇପାରେ କରୋନା ଟିକା । ଫେବୃଆରୀ ଶେଷ ସୁଦ୍ଧା ୧୫ରୁ ୧୮ ବର୍ଷ ବୟସଙ୍କ ଟିକାକରଣ ସରିଯିବା ନେଇ ସେ ଆଶା ପ୍ରକାଶ କରିଛନ୍ତି । ତେଣୁ ଏହି ୧୨ ରୁ ୧୪ ବର୍ଷ ପିଲାଙ୍କ ପାଇଁ ଟିକାକରଣ ଖୁବ୍ ଶୀଘ୍ର ଆରମ୍ଭ କରାଯିବ । ସୁଚନା ଅନୁସାରେ ସାରା ଦେଶରେ ବୟସ୍କ ,ଗର୍ଭବତୀ,୧୫ ରୁ ୧୮ ବୟସ ଏବଂ ୧୮ରୁ ୪୫ ବର୍ଷ ବୟସ୍କଙ୍କ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହାଫଳରେ କୋଟି କୋଟି ଲୋକ ଏହା ଦ୍ୱାରା ଉପକୃତ ହୋଇଛନ୍ତି । ଯେହେତୁ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି କରୋନାର ତୃତୀୟ ଲହରରେ ଅଧିକ ରୁ ଅଧିକ ଶିଶୁମାନେ ଆକ୍ରାନ୍ତ ହେବେ ତେଣୁ ଖୁବ୍ ଶୀଘ୍ର ଏହି ଟିକାକରଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସାରା ଦେଶରେ କରୋନା ର ଏକାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଫଳରେ ଏକାଧିକ ଦେଶ ମଧ୍ୟ ପୁଣି ଥରେ କଟକଣା କଡ଼ାକଡ଼ି କରିବା ଆରମ୍ଭ କରିଦେଇଛନ୍ତି । ଖବର ଓଡ଼ିଶା, Reporter, 17/01/2022