କନୌଜ: ଉତ୍ତରପ୍ରଦେଶର କନୌଜରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେରେ ଦ୍ରୁତଗତିରେ ଆସୁଥିବା ଏକ କାର୍ ଡିଭାଇଡର ସହ ଧକ୍କା ହୋଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ମିନି ପିଜିଆଇରେ କାର୍ଯ୍ୟରତ ୫ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ସୂଚନା ମିଳିବା ପରେ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚିଛନ୍ତି।
ଏକ୍ସପ୍ରେସ୍ ୱେରେ ଦ୍ରୁତଗତିରେ ଆସୁଥିବା ସ୍କର୍ପିଓଟି ଡିଭାଇଡର ଅତିକ୍ରମ କରି ଅନ୍ୟପାର୍ଶ୍ୱରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୫ ଜଣ ପିଜି ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତମାନଙ୍କୁ ସରକାରୀ ମେଡିକାଲ କଲେଜରୁ ସୈଫାଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ସେମାନଙ୍କୁ ଶବଗୃହରେ ରଖିଛି। ଜଣଙ୍କର ପରିଚୟ ମିଳିପାରିନାହିଁ।
ମୁରାଦାବାଦସ୍ଥିତ ବୁଦ୍ଧବିହାର ମଝୋଲା ଯୋଜନା ନଂ-୪, ଫେଜ୍-୨, ୯ବି, ୫୬୮, ଆଗ୍ରାର କମଳା ନଗରର ଡାକ୍ତର ଅନିରୁଦ୍ଧ ଓରଫ ପବନ କୁମାର ବର୍ମା(୨୯), ଭଦୋହିର ସନ୍ଥ ରବିଦାସ ନଗରରେ ରହୁଥିବା ଜିତ ନାରାୟଣ ମୌର୍ଯ୍ୟ(୩୪), ୩୪ ବର୍ଷୀୟ ଡାକ୍ତର ଅରୁଣ କୁମାର ଓରଫ ଅଙ୍ଗଦ ଲାଲ, ୩୪ ବର୍ଷୀୟ ଡ. ବରେଲି ବାଇପାସ୍ ରୋଡ୍ରେ ରହୁଥିବା ରାମ ଲଖନ ଗଙ୍ଗୱାରଙ୍କ ପୁଅ ୩୫ ବର୍ଷିୟ ଡାକ୍ତର ନରଦେବଙ୍କ ସମେତ ୬ ଜଣ ମଙ୍ଗଳବାର ସନ୍ଧ୍ୟାରେ ସ୍କର୍ପିଓରେ ଲକ୍ଷ୍ନୌରେ ଜଣେ ବନ୍ଧୁଙ୍କ ବିବାହରେ ଯୋଗ ଦେବାକୁ ଯାଇଥିଲେ।
ବୁଧବାର ଭୋର ପ୍ରାୟ ୩ଟା ବେଳେ ସ୍କର୍ପିଓ ସୈଫାଇ ମେଡିକାଲ କଲେଜକୁ ଫେରୁଥିଲା। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ୧୯୬ କିଲୋମିଟର ପଏଣ୍ଟରେ ଥିବା ତିରୱାର ସିକୋରି ଗାଁ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। ଡିଭାଇଡର ଭାଙ୍ଗିବା ପରେ ଟ୍ରକ୍ ଟି ଅନ୍ୟ ପଟୁ ଆସୁଥିବା ଟ୍ରକ୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ସମସ୍ତ ଡାକ୍ତର ଆହତ ହୋଇଛନ୍ତି। ଆହତମାନଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି।
ସେଠାରେ ୫ ଜଣ ଡାକ୍ତରଙ୍କୁ ମୃତ ଘୋଷଣା କରାଯାଇଥିଲା। ଡାକ୍ତର ଜୟବୀରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସୈଫାଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତର ସିପି ପାଲ କହିଛନ୍ତି ଯେ ଶବଗୁଡ଼ିକୁ ଶବଗୃହରେ ରଖାଯାଇଛି। ପୁଲିସ ମେଡିକାଲ କଲେଜ ପ୍ରଶାସନକୁ ଖବର ଦେଇଛି। ସେଠାରେ ପହଞ୍ଚିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଧିକ ପଢ଼ନ୍ତୁ: ଫରିଦାବାଦରେ ଏକ୍ୟୁଆଇ ୮୧୮ ରେକର୍ଡ; ଜାଣନ୍ତୁ ଦିଲ୍ଲୀର ସ୍ଥିତି