ଯାଜପୁର: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ୧୪ ଅଭିଯୁକ୍ତଙ୍କ ପାଇଁ ଅଡୁଆ ବଢ଼ିଛି । ସେମାନଙ୍କ ବିରୋଧରେ ଆଉ ଏକ ମାମଲା ଯୋଡ଼ି ହୋଇଛି । ସଦର ଥାନା କେସ ନମ୍ବର ନମ୍ବର ୩୩୦/୨୦୨୪ ରେ ଗିରଫ ହୋଇଥିବା ବେଳେ ଆଜି ୩୩୫/୨୦୨୪ ନୂଆ ଏକ କେସରେ ରିମାଣ୍ଡ ଆବେଦନ କରିଛି ସଦର ଥାନା ପୁଲିସ । ଯାହାକୁ ଯାଜପୁର ଏସଡିଜେଏମ କୋର୍ଟ ଗ୍ରହଣ କରିଛନ୍ତି ।
ଧର୍ମଶାଳା ମାମଲା ତଦନ୍ତଭାର କ୍ରାଇମ ବ୍ରାଞ୍ଚ ହାତକୁ ହସ୍ତାନ୍ତର କରାଯାଇଥିବା ସଦର ଥାନା ପୁଲିସ କହିଛି । ପ୍ରଥମେ ଯାଜପୁର ଜିଲ୍ଲା ଜଜ କୋର୍ଟରେ ବେଲ ଆବେଦନ କରାଯାଇଥିବା ବେଳେ କ୍ରାଇମ ବ୍ରାଞ୍ଚକୁ ତୁରନ୍ତ କେସ ରେକର୍ଡ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ମାମଲାର କୌଣସି ଶୁଣାଣି ହୋଇ ନାହିଁ ।
ବିଧାୟକଙ୍କୁ ଆକ୍ରମଣ ମାମଲାରେ ଦୁଇ ଦଫାରେ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ପ୍ରଥମେ ୧୦ ଏବଂ ପରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଯେଉଁଥିରେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସ ମଧ୍ୟ ସମ୍ପୃକ୍ତ ଅଛନ୍ତି ।