ନୂଆଦିଲ୍ଲୀ: ୧୩୧ ଦିନ ପରେ ଆମରଣ ଅନଶନ କରିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ଜଗଜିତ ସିଂ ଡଲ୍ଲେଓ୍ଵାଲ ଏପ୍ରିଲ ୬ ତାରିଖ ନିଜର ଅନଶନ ସମାପ୍ତ କରିଛନ୍ତି। ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ଓ କୃଷକଙ୍କ ଅନ୍ୟ ଦାବିରେ ସେ ଆମରଣ ଚଲାଇଥିଲେ। ଫତେହଗଡ଼ ସାହିବର ସରହିନ୍ଦ ଶସ୍ୟ ମଣ୍ଡିରେ କୃଷକ ମହାପଞ୍ଚାୟତରେ ଡଲ୍ଲେଓ୍ଵାଲ ଏହାର ଘୋଷଣା କରିଛନ୍ତି ଓ ଜଳ ସେବନ କରିଛନ୍ତି।
ଡଲ୍ଲେଓ୍ଵାଲ କହିଛନ୍ତି, କୃଷକଙ୍କ ଦାବିରେ ଆମରଣ ଅନଶନ ସମାପ୍ତ କରିଛି। ଦୀର୍ଘ ସମୟ ଧରି କୃଷକ ଭାଇମାନେ ତାଙ୍କୁ ଅନଶନ ଭାଙ୍ଗିବା ପାଇଁ ଅପିଲ୍ କରିଥିଲେ। ଡଲ୍ଲେଓ୍ଵାଲ କୃଷକଙ୍କ ଦାବିକୁ ନେଇ ୨୦୨୪ ନଭେମ୍ବର ୨୬ରୁ ଆମରଣ ଅନଶନରେ ଥିଲେ। ଗତକାଲି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ ଅନଶନ ଭାଙ୍ଗିବାକୁ ତାଙ୍କୁ ଅପିଲ୍ କରିଥିଲେ।
ଚୌହ୍ଵାନ ଡଲ୍ଲେଓ୍ଵାଲଙ୍କୁ ଅନଶନ ଭାଙ୍ଗିବାକୁ ଅପିଲ୍ କରି କହିଥିଲେ ଯେ, ମେ ୪ରେ କୃଷକଙ୍କ ସହିତ ଚଣ୍ଡିଗଡ଼ରେ ବୈଠକ କରିବେ। ଏହା ପୁର୍ବରୁ ସୁପ୍ରିମକୋର୍ଟରେ ପଞ୍ଜାବ ସରକାର ଜଣାଇଥିଲେ ଯେ, କୃଷକ ନେତା ଡଲ୍ଲେଓ୍ଵାଲ ଆମରଣ ଅନଶନ ସମାପ୍ତ କରିଛନ୍ତି। କିନ୍ତୁ କୃଷକ ସଂଗଠନ ସରକାରଙ୍କ ଏହି ଦାବି ଭୁଲ୍ ବୋଲି କହିଥିଲା।
ଡଲ୍ଲେଓ୍ଵାଲ କହିଛନ୍ତି, କେନ୍ଦ୍ର ସରକାରଙ୍କ ସାମ୍ନାରେ ପଞ୍ଜାବ ସରକାର ନତମସ୍ତକ ହୋଇ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାସନ କୃଷକଙ୍କ ଉପରେ ହମଲା ନୁହେଁ ବରଂ ପିଠି ପଛ ପଟେ ଛୁରି ଭୁସିଛନ୍ତି। ଏହି ସରକାରକୁ ନା ମାଆ-ଭଉଣୀଙ୍କ ସମ୍ମାନ କରି ଆସିଛି ନା ବୃଦ୍ଧକଙ୍କୁ।କୃଷକ ଆନ୍ଦୋଳନ ଜାରି ରହିବ। ଜଣା ନାହିଁ ଆଗକୁ କଣ ହେବ। କୃଷକ ବହୁବାର ଅପିଲ୍ ଏବଂ ଅନୁରୋଧ କରିବା ପରେ ମୁଁ ଆମରଣ ଅନଶନ ଭଙ୍ଗ କରିଛି।