ଏସବିଆଇ ନାଁରେ ଆସୁଛି ଫେକ୍ ମେସେଜ୍ ! ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ସାଇବର ଠକାମିର ଶିକାର ହେଉଛନ୍ତି । ନୂଆ ନୂଆ ଶୈଳୀରେ ସାଇବର ଠକମାନେ ଲୋକମାନଙ୍କୁ ଠକୁଛନ୍ତି । ଅନଲାଇନ୍ ପେମେଣ୍ଟ ସୁବିଧା ରହିଥିଲାବେଳେ ଏହାର ସୁଯୋଗ ନେଉଛନ୍ତି ସାଇବର ଲୁଟେରା । ତେବେ ନିକଟରେ ଏସବିଆଇ ନାଁରେ ଏକ ଫେକ୍ SMS ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବା ସୂଚନା ମିଳିଛି । ଯେଉଁ ମେସେଜ ସାହାଯ୍ୟରେ ସାଧାରଣ ଲୋକଙ୍କୁ ଲୁଟିନେଉଛନ୍ତି ।
ସୂଚନା ଅନୁଯାୟୀ,ହ୍ୱାଟସଆପ୍ ଓ ମେସେଜ୍ ଦ୍ୱାରା ଏସବିଆଇ ନାଁରେ SMS ଆସି ସେଥିରେ କ୍ଲିକ କରିବା ପାଇଁ ଆସୁଛି । ସେହି ମେସେଜକୁ କ୍ଲିକ କରିବା ଫଳରେ ଆକାଉଣ୍ଟରୁ ସବୁ ଟଙ୍କା କଟିଯାଉଛି । ଏସବିଆଇ ରିୱାର୍ଡ ପଏଣ୍ଟ ନାଁରେ ଲୋକଙ୍କୁ ନିଜ ଜାଲରେ ଫସାଉଛନ୍ତି ସାଇବର ଲୁଟେରା । ଏଣ୍ଟରପ୍ରାଇଜ୍-ୱାଇଡ୍ ଲୟାଲିଟି ପ୍ରୋଗ୍ରାମ୍ ଭାବରେ, SBI ଏହାର ଗ୍ରାହକମାନଙ୍କୁ ଏକାଧିକ ବ୍ୟାଙ୍କିଙ୍ଗ୍ ଚ୍ୟାନେଲଗୁଡିକରେ ରିୱାର୍ଡ ପଏଣ୍ଟ ଦେଉଛି । ପ୍ରତ୍ୟେକ ପଏଣ୍ଟର ମୂଲ୍ୟ ହେଉଛି ୨୫ ପଇସା।
ଏହିଭଳି ଏକ ମେସେଜ୍ ସୋଲିଆଲ୍ ମିଡିଆରେ ସେୟାର କରାଯାଉଛି। ଯେଉଁ ମେସେଜ ଦେଖି ଗ୍ରାହକ ମାନେ ପ୍ରଲୋଭିତ ହୋଇଯାଉଛନ୍ତି । ଆଉ ଶେଷରେ ସାଇବର ଲୁଟେରାଙ୍କ ଜାଲରେ ଫସିଯାଉଛନ୍ତି । ଏଥିପାଇଁ ବ୍ୟାଙ୍କ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ବ୍ୟାଙ୍କ କେବେବି ଏସଏମଏସ କିମ୍ବା ହ୍ୱାଟସ୍ଆପ୍ ଉପରେ ଲିଙ୍କ୍ କିମ୍ବା ଅବାଞ୍ଛିତ APK ପଠାଏ ନାହିଁ ବୋଲି ଏସବିଆଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏଭଳି କୌଣସି ଲିଙ୍କରେ କ୍ଲିକ୍ କରିବା କିମ୍ବା ଅଜଣା ଫାଇଲ ଡାଉନଲୋଡ୍ ନକରିବା ପାଇଁ SBI ଗ୍ରାହକମାନଙ୍କୁ ଚେତାବନୀ ଦେଇଛି ।