ନୂଆଦିଲ୍ଲୀ: ନେପାଳରେ ଯେଉଁଭଳି ଭାବେ ୪୮ ଘଣ୍ଟା ଭିତରେ ହାହାକାର ପରିସ୍ଥିତି ସୃଷ୍ଟି ହେଲା ଏବଂ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଇସ୍ତଫା ଦେବାକୁ ପଡିଲା, ତାହା ସଭିଙ୍କୁ ବିସ୍ମିତ କରିଛି । କଣ ଏହା ପଛରେ କୌଣସି ବିଦେଶୀ ଶକ୍ତିର ହାତ ରହିଛି କି ? ଏମିତି ପ୍ରଶ୍ନ ମନରେ ଉଙ୍କି ମାରୁଛି । ଏହା ପୂର୍ବରୁ ଭାରତର ପଡୋଶୀ ଦେଶ ବାଂଲାଦେଶ ଓ ଶ୍ରୀଲଙ୍କାରେ ଏମିତି ହୋଇ ସାରିଛି ।
ଏହାକୁ ନେଇ ଜିଓପଲିଟିକ୍ସର ବିଶେଷଜ୍ଞ ପବନୀତ ସିଂ କହିଛନ୍ତି ନେପାଳ ଓ ବାଂଲାଦେଶ ପରି ଦେଶରେ ଏମିତି ହୋଇ ପାରିବ । ସେ ଏଏନଆଇ ସହ ପଡକାଷ୍ଟରେ କହିଛନ୍ତି ଯେ, ସର୍ବଦା ସଡକରେ ହେଉଥିବା ଆନ୍ଦୋଳନ ସ୍ୱାଭାବିକ ଭାବେ ହୋଇ ନ ଥାଏ । ଏହା ପଛରେ କୌଣସି ନା କୌଣସି ଶକ୍ତିର ହାତ ଥାଏ । ଆମେରିକାର ଏମିତି କ୍ଷେତ୍ରରେ ଗଭୀର ଭୂମିକା ରହିଥାଏ ।
ନେପାଳ, ବାଂଲାଦେଶ ପରି ଦେଶରେ ଏହି ଧରଣର ସଡକରେ ଆନ୍ଦୋଳନ କରାଯାଇପାରେ । ମାତ୍ର ଭାରତ ପରି ଦେଶରେ ନେତୃତ୍ୱ ବଦଳା ଯାଇ ପାରିବ ନାହିଁ । ଭାରତର ବିବିଧତା ଏବଂ ଗୋଟିଏ ବଡ ଦେଶ ହୋଇଥିବା କାରଣରୁ କୌଣଶି ଗୋଟିଏ ନାରେଟିଭରେ କାର୍ଯ୍ୟକାଳ ନ ପୂରିବା ପୂର୍ବରୁ କୌଣସି ସରକାର ଭଙ୍ଗ କରାଯାଇ ପାରିବ ନାହିଁ ।
ପବନୀତ ସିଂ କହିଛନ୍ତି ଏମିତି ସ୍ଥିତିରେ ଆମେରିକା ଏଜେନ୍ସି ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ କରିଥାନ୍ତି । ଯଦ୍ୱାରା ସରକାରଙ୍କ ଉପରେ ଲୋକଙ୍କ ଭରସା କମିବ । ତାଙ୍କୁ ପ୍ରଶ୍ନ ହୋଇଥିଲା ଯେ, ଚୀନର ନେପାଳରେ କଣ ହିତ ଥାଇପାରେ । ଏହି ଆନ୍ଦୋଳନକୁ ଚୀନ କିଭଳି ଦେଖିବାକୁ ଚାହୁଁଛି । ଏହା ଉପରେ ପବନୀତ ସିଂ କହିଛନ୍ତି, ଚୀନ ଚାହେଁ ଯେ ନେପାଳରେ ରାଜତନ୍ତ୍ର ନ ହେଉ । ଏହା ବାଦ୍ ଚୀନ କୌଣସି ଯୁବ ନେତାଙ୍କୁ ଶାସନ ଗାଦିରେ ଦେଖିବାକୁ ଚାହୁଁ ନାହିଁ । ଚୀନର ହିତ ଏହା ଯେ, ନେପାଳରେ କୌଣସି କମ୍ୟୁନିଷ୍ଟ ସରକାର ଚାଲୁ ।