କୋଲକାତା: ଆରଜି କର ହସ୍ପିଟାଲର ଆର୍ଥିକ ଅନିୟମିତତା ମାମଲାରେ ସନ୍ଦୀପ ଘୋଷ ଏବଂ ତାଙ୍କ ସହ ଜଡ଼ିତ ଅନ୍ୟମାନଙ୍କ ଘରେ ଇଡି ଚଢ଼ାଉ ଆରମ୍ଭ କରିଛି। କୋଲକାତାରେ ୫ରୁ ୬ଟି ସ୍ଥାନରେ ଇଡି ଚଢ଼ାଉ ଜାରି ରଖିଛି। ସନ୍ଦୀପ ଘୋଷ ଏବଂ ତାଙ୍କ ସହ ଜଡ଼ିତ ଅନ୍ୟମାନଙ୍କ ଘରେ ଚଢ଼ାଉ ଜାରି ରହିଛି।
ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ସନ୍ଦୀପ ଘୋଷ ଏବଂ ଅନ୍ୟ ୩ ଜଣଙ୍କୁ ସିବିଆଇ ଆର୍ଥିକ ଅନିୟମିତତା ଅଭିଯୋଗରେ ଗିରଫ କରିଛି। ଗିରଫ ହୋଇଥିବା ଅନ୍ୟ ତିନି ଜଣ ହେଲେ ଘୋଷଙ୍କ ସିକ୍ୟୁରିଟି ଗାର୍ଡ ଅଫସାର ଅଲ୍ଲୀ (୪୪), ଡାକ୍ତରଖାନା ବିକ୍ରେତା ବିପ୍ଲବ ସିଂ (୫୨) ଓ ସୁମନ ହାଜରା (୪୬)। ଏହି ଲୋକମାନେ ହସ୍ପିଟାଲକୁ ସାମଗ୍ରୀ ଯୋଗାଉଥିଲେ।
ଘୋଷ ଅଧ୍ୟକ୍ଷ ଥିବା ବେଳେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଡାକ୍ତର ଅଖତର ଅଲ୍ଲୀ ଅନୁଷ୍ଠାନରେ ଅନେକ ମାମଲାରେ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ କରିଥିଲେ। ଏଥିରେ ସନ୍ଦୀପ ଘୋଷ ହସ୍ପିଟାଲରେ ବେଆଇନ ମୃତଦେହ ଚୋରା ଚାଲାଣ, ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ନିଷ୍କାସନରେ ଦୁର୍ନୀତି, ନିର୍ମାଣ ଟେଣ୍ଡରରେ ପରିବାରବାଦ ଅଭିଯୋଗ ଆଣିଥିଲେ। ପୂର୍ବରୁ କୋଲକାତା ପୁଲିସ ଏହି ମାମଲାର ତଦନ୍ତ କରୁଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ମଧ୍ୟ ଏହି ତଦନ୍ତ ଦାୟିତ୍ୱ ନେଇଥିଲା।
ଅଗଷ୍ଟ ୧୯ ରେ କୋଲକାତା ପୁଲିସ ଘୋଷଙ୍କ ବିରୋଧରେ ଆଇପିସିର ଧାରା ୧୨୦ ବି, ୪୨୦ ଏବଂ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଅଗଷ୍ଟ ୨୪ରେ ସିବିଆଇ ତଦନ୍ତ ଦାୟିତ୍ୱ ନେଇଥିଲା। ସନ୍ଦୀପ ଘୋଷଙ୍କୁ ଏହି ଧାରାରେ ଗିରଫ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ମୃତ-ଆହତଙ୍କୁ ଛାଡ଼ି ପଳାୟନ କଲେ ଗାଡ଼ି ଚାଳକ