ଜାମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଦିନକୁ ଦିନ ଭାରତ ମଧ୍ୟକୁ ପ୍ରବେଶ କରି ଆତଙ୍କ ଖେଳାଉଛନ୍ତି ଆତଙ୍କବାଦୀ । ଆତଙ୍କବାଦୀଙ୍କ ହିଂସାତ୍ମକ କାର୍ଯ୍ୟରେ ରୋକ ଲଗାଇବା ପାଇଁ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି କରିଛନ୍ତି । ସୂଚନା ଅନୁସାରେ, ଜାମ୍ମୁ କଶ୍ମୀରର କୁଲଗାମରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀ ମାନେ ପାଇଥିଲେ । ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି କରିଥିଲେ । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟରେ ଆତଙ୍କବାଦୀମାନେ ମଧ୍ୟ ଆହତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିବା ସହିତ ସ୍ଥାନୀୟ ଲୋକକୁ ସତର୍କର ସହିତ ରହିବା ପାଇଁ କୁହାଯାଇଛି ।
ଆଗକୁ ପଢ଼ନ୍ତୁ : ପୁଞ୍ଚ ଆକ୍ରମଣ ସଂଦିଗ୍ଧଙ୍କ ସ୍କେଚ୍ ଜାରି କଲା ସେନା