ଦୁମକା: ଝାଡ଼ଖଣ୍ଡର ଅନେକ ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୧୨ଟା ୪୦ରୁ ୧୨ଟା ୪୧ ମଧ୍ୟରେ ପାକୁର, ଦୁମକା, ଦେଓଘର, ରାମପୁର ଓ ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ୩.୯ ରହିଥିଲା।
ଭୂମିକମ୍ପର ଝଟକା ଗଭୀର ନିଦରେ ଶୋଇଥିବା ଲୋକଙ୍କୁ ଜାଗ୍ରତ କରିଥିଲା। ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଲୋକେ ଘରୁ ବାହାରକୁ ଦୌଡ଼ି ଆସିଥିଲେ। ଲୋକମାନେ ଦୀର୍ଘ ସମୟ ଧରି ସୁରକ୍ଷିତ ସ୍ଥାନରେ ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।
କେମିତି ହୋଇଥାଏ ଭୂମିକମ୍ପ?
ବୈଜ୍ଞାନିକ ରୂପେ ବୁଝିବା ପାଇଁ ଆମକୁ ପୃଥିବୀର ଗଠନକୁ ବୁଝିବାକୁ ପଡ଼ିବ। ପୃଥିବୀ ଟେକ୍ଟୋନିକ ପ୍ଲେଟ୍ ଉପରେ ରହିଛି। ଏହାର ତଳେ ତରଳ ପଦାର୍ଥ ଲାଭା ଅଛି ଏବଂ ଏହାରି ଉପରେ ଟେକ୍ଟୋନିକ ପ୍ଲେଟ୍ସ ପହଁରୁଛି। ଅନେକ ସମୟରେ ଏହି ପ୍ଲେଟ୍ଗୁଡ଼ିକ ନିଜନିଜ ଭିତରେ ଧକ୍କା ହୋଇଥାଏ। ବାରମ୍ବାର ଧକ୍କା ହେବା ଫଳରେ ପ୍ଲେଟର ଗତିପଥରେ ପରିବର୍ତ୍ତନ ହୋଇଥାଏ। ଅଧିକ ଚାପ ପଡ଼ିଲେ ଏହା ଭାଙ୍ଗିଯାଏ। ତେଣୁ ନିମ୍ନ ଭାଗରୁ ବାହାରୁଥିବା ଶକ୍ତି ବାହାରକୁ ଆସିଥାଏ। ଯେତେବେଳେ ଏହା ସନ୍ତୁଳନ ହରାଇଥାଏ, ସେହି ସମୟରେ ଭୂମିକମ୍ପ ହୋଇଥାଏ।
କେମିତି ମପାଯାଏ ତୀବ୍ରତା?
ଭୂମିକମ୍ପକୁ ରିକ୍ଟର ସ୍କେଲରେ ମପାଯାଇଥାଏ। ରିକ୍ଟର ସ୍କେଲ ଭୂମିକମ୍ପର ତରଂଗର ତୀବ୍ରତା ମାପିବାର ଏକ ଗଣିତୀୟ ପଦ୍ଧତି। ଏହାକୁ ରିକ୍ଟର ମ୍ୟାଗ୍ନିଚ୍ୟୁଡ ଟେଷ୍ଟ ସ୍କେଲ କୁହାଯାଇଥାଏ। ରିକ୍ଟର ସ୍କେଲରେ ଭୂମିକମ୍ପକୁ ଏହାର କେନ୍ଦ୍ର ଅର୍ଥାତ ଏପିସେଣ୍ଟର ରୁ ୧ରୁ ୯ ପର୍ଯ୍ୟନ୍ତ ଆଧାରରେ ମପାଯାଇଥାଏ। ଏହି ସ୍କେଲ ଭୂମିକମ୍ପ ସମୟରେ ପୃଥିବୀ ଭିତରରୁ ବାହାରିଥିବା ଶକ୍ତି ଆଧାରରେ ତୀବ୍ରତା ମପାଯାଏ।
ଅଧିକ ପଢ଼ନ୍ତୁ: ଠିକାଦାରଙ୍କ ନାମରେ ମାମଲା ରୁଜୁ, ମୂର୍ତ୍ତି ମରାମତି ପାଇଁ ଟିମ୍ ପଠାଇଲା ନୌସେନା