ଦୌସା: ରାଜସ୍ଥାନର ଦୌସାରେ ଆଜି ଭୋର୍ ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଖାଟୁଶ୍ୟାମ ମନ୍ଦିର ଦର୍ଶନ କରି ଫେରୁଥିବା ଶ୍ରଦ୍ଧାଳୁଙ୍କ କାର ଏକ ପିକଅପ୍ ଟ୍ରକ୍ ସହିତ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସକଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଏବଂ ୩ ଜଣ ମହିଳା ଅଛନ୍ତି।
ଖାଟୁଶ୍ୟାମ ମନ୍ଦିର ଦର୍ଶନ କରି ଶ୍ରଦ୍ଧାଳୁମାନେ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଅଧିକାରୀଙ୍କ ଅନୁଯାୟୀ, କାରଟି ଏକ ପାର୍କିଂ ହୋଇଥିବା ଟ୍ରକ୍ ସହିତ ଧକ୍କା ହୋଇଥିଲା।
ଦୁର୍ଘଟଣାକୁ ନିଶ୍ଚିତ କରି ପୋଲିସ ଅଧୀକ୍ଷକ ସାଗର ରାଣା ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ଖାଟୁଶ୍ୟାମ ମନ୍ଦିରରୁ ଆସୁଥିବା ଭକ୍ତମାନେ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ପ୍ରାୟ ୭-୮ ଜଣଙ୍କୁ ଜୟପୁରର ଏସ୍ଏମ୍ଏସ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
ଦୌସା ଜିଲ୍ଲାପାଳ ଦେବେନ୍ଦ୍ର କୁମାର କହିଛନ୍ତି, ପ୍ରାଥମିକ ରିପୋର୍ଟ ଅନୁଯାୟୀ, ବାପି ନିକଟରେ ହୋଇଥିବା ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୯ ଜଣଙ୍କୁ ଚିକିତ୍ସା ପାଇଁ ରେଫର କରାଯାଇଛି ଏବଂ ୩ ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏକ ଯାତ୍ରୀବାହୀ ପିକଅପ୍ ଏବଂ ଏକ ଟ୍ରଲର ଟ୍ରକ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।
ଅଧିକ ପଢ଼ନ୍ତୁ: ବିମାନ କମ୍ପାନୀକୁ ନୋଟିସ ପଠାଇଲା ଡିଜିସିଏ