ବାତ୍ୟା ପାଇଁ ବିମାନ ଚଳାଚଳକୁ ବାତିଲ କରାଯାଇଛି । କୋଲକାତା ବିମାନବନ୍ଦରରୁ ଆଜି ଅପରାହ୍ନରୁ ୨୧ ଘଣ୍ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବାତିଲ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବାତ୍ୟା ପାଇଁ ବିମାନବନ୍ଦରର କର୍ତ୍ତୃପକ୍ଷ ଏକ ବୈଠକ କରି ଏହି ନିଷ୍ପତ୍ତି ନେଇଛନ୍ତି । ବାତ୍ୟା ବାଂଲାଦେଶରେ ଲ୍ୟାଣ୍ଡଫଲ କରିବାକୁ ଥିବାରୁ କୋଲକାତାରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରାହିଛି । କୋଲକାତାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ପବନର ବେଗ ପ୍ରାୟ ୧୧୦- ୧୨୦ କିମି ରହିବାର ସମ୍ଭାବନା ରହିଛି । ସମସ୍ତଙ୍କୁ ସତର୍କତାର ସହିତ ରହିବା ପାଇଁ ସୂଚନା ଦିଆଯାଇଛି ।
ବାତ୍ୟାର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା "ରେମାଲ" । ବାତ୍ୟା ସାଗର ଦ୍ଵୀପ ଏବଂ ବାଂଲାଦେଶର ଖେପୁପୁରା ମଧ୍ୟରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି । ବାତ୍ୟାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ପଡିବ ନାହିଁ ।