ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଫେଙ୍ଗଲ୍। ବଙ୍ଗୋପସାଗରରେ ସାଇକ୍ଲୋନ୍ ଅଧିକ ତୀବ୍ର ହେବାରେ ଲାଗିଛି। ବାତ୍ୟା ପ୍ରଭାବରେ ତାମିଲନାଡ଼ୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ହେଉଛି। ଆଜି ସଂଧ୍ୟାରେ ତାମିଲନାଡୁ-ପୁଡୁଚେରୀ ମଝିରେ ଲ୍ୟାଣ୍ଡଫଲ୍ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ରହିବ।ବାତ୍ଯା ପ୍ରଭାବରେ ତାମିଲନାଡୁ, ଦକ୍ଷିଣ ଆନ୍ଧ୍ରପ୍ରଦେଶ, କେରଳ ଏବଂ ଆଭ୍ୟନ୍ତରୀଣ କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବା ସହ ରେଡ ଆର୍ଲଟ ଜାରି ହୋଇଛି। ଏହି ସମୟରେ ଉଚ୍ଚ ଜୁଆର ଏବଂ ପ୍ରବଳ ବର୍ଷା ସମେତ ପାଣିପାଗରେ ପରିବର୍ତ୍ତନ ଘଟିବ ବୋଲି ପୂର୍ବାନୁମାନ କରାଯାଇଛି।
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଶନିବାର ଦିନ ବାତ୍ଯା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କାରଣ ବାତ୍ଯା ଫେଙ୍ଗାଲକୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହା ଫଳରେ ବନ୍ୟା ଆଶଙ୍କା କରାଯାଇପାରେ।
ଚେନ୍ନାଇକୁ ଏବଂ ଏକାଧିକ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି ଏବଂ ପ୍ରବଳ ବର୍ଷା ମଧ୍ୟରେ କର୍ତ୍ତୃପକ୍ଷ ଉଡ଼ାଣକାରୀଙ୍କ ପାଇଁ ଯାତ୍ରା ପରାମର୍ଶ ଦେଇଛନ୍ତି।ତେବେ ଗୁଜବକୁ ବିଶ୍ୱାସ ନ କରି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ।