ନୂଆଦିଲ୍ଲୀ, ମେ ୧୩ (ଖବର ଓଡ଼ିଶା): ଦିଲ୍ଲୀରେ ଜାରି ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିବା ଆମ୍ ଆଦମୀ ପାର୍ଟି (ଆପ୍)ର ବିଧାୟକ ଅମାନତୁଲ୍ଲାହ ଖାନ୍ ସମେତ ୬ ଜଣ ଲୋକଙ୍କୁ ଗିରଫ କରାଯାଇଛି । ଏମ୍ସିଡିର କାର୍ଯ୍ୟାନୁଷ୍ଠାନ ସମୟରେ ଦଙ୍ଗା କରିବା ଓ ସରକାରୀ କାମରେ ବାଧା ଦେବା ଅଭିଯୋଗରେ ବିଧାୟକଙ୍କୁ ଗିରଫ କରାଯାଇଛି । ପୂର୍ବରୁ ପ୍ରଥମେ ତାଙ୍କୁ ପୋଲିସ ଅଟକ ରଖିଥିଲା । ପୁଣି ଗିରଫ ପରେ କୋର୍ଟରେ ହାଜର କରାଯାଇଥିଲା । ତାଙ୍କର ଜାମିନ ନାମାଞ୍ଜୁର ହେବାରୁ ତିହାର ଜେଲ୍କୁ ପଠାଇ ଦିଆଯାଇଛି ।
ସୂଚନାଯୋଗ୍ୟ, ଦିଲ୍ଲୀର ମଦନପୁର ଅଞ୍ଚଳରେ ବେଆଇନ ଭାବେ ଜବରଦଖଲ କରିଥିବା ଅଞ୍ଚଳକୁ ଏବେ ଉଚ୍ଛେଦ କରାଯାଉଛି । ଏମ୍ସିଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି । କିନ୍ତୁ ଟିମ୍ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ପହଞ୍ଚି ଥିଲେ, ସେମାନଙ୍କ ଉପରେ ପଥରମାଡ଼ କରାଯାଇଥିଲା । ଭିଡ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା । ବିଧାୟକଙ୍କ ଉପରେ ହିଂସା ସୃଷ୍ଟି କରିବା ଓ ସରକାରୀ କାମକୁ ପ୍ରଭାବିତ କରିବା ଧାରାରେ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।