ନୂଆଦିଲ୍ଲୀ: ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅଭିଭାଷଣ ରଖିଛନ୍ତି। ଅଭିଭାଷଣ ସମୟରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀକୁ ନିଶାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, "ଦେଶ ଆଜି ଦ୍ରୁତ ଗତିରେ ବିକାଶ କରୁଛି। ଆମକୁ ଅଟକିବା ଉଚିତ୍ ନୁହେଁ କିମ୍ବା ପଛକୁ ଚାହିଁବା ଉଚିତ୍ ନୁହେଁ। ଆମେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ୟ୍ୟାୟରେ ପହଞ୍ଚିଛୁ। ଯେତେବେଳେ ଆମେ ସ୍ୱାଧୀନତା ପାଇଲୁ, ଦେଶ ବିଶ୍ୱରେ ୬ ନମ୍ବର ସ୍ଥାନରେ ଥିଲା, କିନ୍ତୁ ଏହି ଲୋକମାନେ (କଂଗ୍ରେସ) ଏହାକୁ ୧୦ ନମ୍ବରରେ ପହଞ୍ଚାଇ ଦେଇଛନ୍ତି।"
ପ୍ରଧାନମନ୍ତ୍ରୀ କହିଛନ୍ତି, LICରେ ତାଲା ମାରିବା ଯୋଜନା କରିଥିଲେ ବିରୋଧୀ। ହେଲେ ଆମ ସରକାର ଆସିବା ପରେ ଚିନ୍ତାଧାରା ବଦଳିଲା ଆଉ ଆଜି LIC ସବୁଠୁ ଲାଭଦାୟକ ସଂସ୍ଥା ହୋଇପାରିଛି। ସେହିପରି ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପୂରା ଖରାପ କରି ଦେଇଥିଲା କଂଗ୍ରେସ। ବୁଝି ବିଚାରି ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ସଂସ୍କାର କରାଗଲା। ରୁଗ୍ଣ ବ୍ୟାଙ୍କଗୁଡ଼ିକୁ ବଡ଼ ବ୍ୟାଙ୍କ ସହ ଯୋଡ଼ି ଦିଆଗଲା, ଫଳରେ ଯେଉଁ ଗରିବ ବ୍ୟାଙ୍କ ଦୁଆର ଦେଖି ନ ଥିଲେ ଋଣ ପାଇଲେ।
ଅଧିକ ପଢନ୍ତୁ: ଗୃହରେ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ; କଂଗ୍ରେସକୁ ବୋଫର୍ସ ଚୁକ୍ତି ମନେ ପକାଇବା ସହ, ଟିଏମସି ଉପରେ ଆଣିଲେ ଅନୁପ୍ରବେଶର ଅଭିଯୋଗ
ମୁଦ୍ରା ଯୋଜନାର ସଫଳତା ବଖାଣି ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଦ୍ରା ଯୋଜନାରେ ୩୦ ଲକ୍ଷ କୋଟି ଋଣ ପ୍ରଦାନ ହେଉଛି ବଡ଼ ସଫଳତା। ସେହିପରି ଛୋଟ ଚାଷୀଙ୍କ ପାଇଁ ଲାଗୁ ହୋଇଛି PM କିଷାନ ସମ୍ମାନନିଧି। ଏହି ଯୋଜନାରେ ଦିଆଯାଇଛି ୪ ଲକ୍ଷ କୋଟି, ଯାହା କ୍ଷୁଦ୍ର ଚାଷୀଙ୍କ ମୁହଁରେ ଆନନ୍ଦ ଭରି ଦେଇଛି। ଲାଲକିଲ୍ଲାରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ କଥା ଉଠାଇ କହିଛନ୍ତି ଏହି ଅଭିଭାଷଣରେ ନା କୌଣସି ଭିଜନ ଥିଲା, ନା ଇଚ୍ଛାଶକ୍ତି। କିନ୍ତୁ ଆଜି ଭାରତ ସହ ଟ୍ରେଡ୍ ଡିଲ୍ ପାଇଁ ସାରା ବିଶ୍ୱ ଆଗ୍ରହୀ। ନିକଟରେ ୟୁରୋପୀୟ ସଂଘ ସହ ଟ୍ରେଡ୍ ଡିଲ୍ ହୋଇଥିଲା ଆଉ ଏବେ ଆମେରିକା ସହ ଟ୍ରେଡ୍ ଡିଲ ବିଶ୍ୱର ବିଶ୍ୱାସ ବଢ଼ାଇଛି।
ଅଧିକ ପଢନ୍ତୁ: ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ; କହିଲେ, ଥମିବ ନାହିଁ କି ନଇଁବ ନାହିଁ, ୱାକଆଉଟ୍ କଲେ ବିରୋଧୀ