ନୂଆଦିଲ୍ଲୀ: ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲଗାଯାଇଥିବା ୫୦ ପ୍ରତିଶତ ଟାରିଫର କଡା ବିରୋଧ କରିଛନ୍ତି । ସେ କହିଛନ୍ତି, ଆମେରିକା ଟାରିଫ ବିରୋଧରେ ଚୀନ ଭାରତ ସହିତ ମଜବୁତର ସହ ଛିଡା ହୋଇ ରହିଛି ଏବଂ ଏକତରଫା ଟାରିଫ ପରି ପଦକ୍ଷେପର କଡା ବିରୋଧ କରୁଛି ।
ଋାଷ୍ଟ୍ରଦୂତ କହିଛନ୍ତି, ଆମେରିକା ଦୀର୍ଘ ସମୟ ଧରି ମୁକ୍ତ ବାଣିଜ୍ୟର ଲାଭ ଉଠାଇଛି, ମାତ୍ର ଏବେ ସେ ଟାରିଫକୁ ହତିଆର ଭାବେ ବ୍ୟବହାର କରୁଛି । ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇ ଦେଇଛି । ଚୀନ ଏହାର କଡା ବିରୋଧ କରୁଛି । ନିରବ ରହିଲେ ଧମକ ଦେଉଥିବା ଲୋକଙ୍କୁ ଆହୁରି ବଳ ମିଳିଥାଏ । କିନ୍ତୁ ଚୀନ ଭାରତ ସହିତ ଦୃଢତାର ସହ ଛିଡା ହୋଇ ରହିଛି ।
ଋାଷ୍ଟ୍ରଦୂତ ଶୁ ଫିହଙ୍ଗ କହିଛନ୍ତି, ଭାରତ ଓ ଚୀନ ଦୁଇ ଭାଗିଦାରୀ ଦେଶ, ପ୍ରତିଦ୍ୱନ୍ଦ୍ୱୀ ନୁହେଁ । ଦୁଇ ଦେଶ ପରସ୍ପରର ଅବିଶ୍ୱାସରୁ ବଞ୍ଚିବା ଦରକାର । ଆଉ ମତଭେଦର ସମାଧାନ ଆଲୋଚନା ମାଧ୍ୟମରେ ହେବା ଉଚିତ୍ । ସେ କହିଛନ୍ତି ଚୀନ-ଭାରତର ସମ୍ବନ୍ଧରେ ଉନ୍ନତି ପୂରା ସହଜ ନୁହେଁ, ମାତ୍ର ଏକତା ଏବଂ ସହଯୋଗ ହିଁ ଆଗକୁ ବଢିବାର ରାସ୍ତା ।
ଆମେରିକାର ଟାରିଫ ପୃଷ୍ଠଭୂମି ଉପରେ ଚୀନ ଭାରତକୁ ବଡ ସନ୍ଦେଶ ଦେଇ କହିଛି ଯେ, ତାଙ୍କ ଦେଶର ବଜାର ଭାରତୀୟ ବସ୍ତୁ ପାଇଁ ଖୋଲା ରହିଛି । ଆମେ ଭାରତର ସମସ୍ତ ବସ୍ତୁକୁ ଚୀନ ବଜାରରେ ସ୍ୱାଗତ କରୁଛୁ । ଚୀନ ଏବଂ ଭାରତ ମିଶି ବିକାଶର ରଣନୀତିକୁ ଆଗକୁ ବଢାଇ ପାରିବେ ଏବଂ ସହଯୋଗର ବଡ କେକ ତିଆରି କରି ପାରିବେ । ସେ ଏହା ମଧ୍ୟ କହିଛନ୍ତି, ଦୁଇ ଦେଶ ମଧ୍ୟରେ ପ୍ରତ୍ୟେକ୍ଷ ଉଡାଣ ପାଇଁ ପୁଣି ଥରେ ଆଲୋଚନା ଜାରି ରହିଛି ।
ରାଜଦୂତ ଏହା ମଧ୍ୟ କହିଛନ୍ତି, ଭାରତ ଓ ଚୀନକୁ ରଣନୈତିକ ପାରସ୍ପରିକ ଭରସା ମଜବୁତ କରିବା ଉଚିତ୍ ଏବଂ ଏସିଆର ସୁରକ୍ଷା ଏବଂ ସ୍ଥିରତାକୁ ମିଶି ସୁରକ୍ଷିତ ରଖିବା ଉଚିତ୍ । ତାଙ୍କ ଅନୁସାରେ ଭାରତ ଓ ଚୀନ ଏସିଆର ଅର୍ଥବ୍ୟବସ୍ଥାର ଡବଲ ଇଞ୍ଜିନ । ଉତ୍ତମ ସମ୍ବନ୍ଧ କେବଳ ଦୁଇ ଦେଶ ପାଇଁ ନୁହେଁ ବରଂ ପୂରା ଦୁନିଆ ପାଇଁ ଲାଭକାରୀ