ଜୌନପୁର: ଉତ୍ତରପ୍ରଦେଶର ବାରାଣସୀ-ଲକ୍ଷ୍ନୌ ରାଜପଥର ବକଶା ଥାନା ଅଞ୍ଚଳର କୁଲହ୍ନାମାଉଠାରେ ଛତିଶଗଡ଼ରୁ ଆସିଥିବା ଭକ୍ତମାନଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍କୁ ଏକ ଟ୍ରକ୍ ଧକ୍କା ଦେଇଛି। ବସ୍ରେ ଯାତ୍ରା କରୁଥିବା ୫୦ ଜଣ ଭକ୍ତଙ୍କ ମଧ୍ୟରୁ ଚାରି ଜଣଙ୍କର ମୃତ୍ୟୁ ଏବଂ ଛଅ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।
ରବିବାର ରାତି ପ୍ରାୟ ୧୧ଟା ସମୟରେ, ଭକ୍ତମାନେ ଡବଲ୍ ଡେକର ବସ୍ ଯୋଗେ ଅଯୋଧ୍ୟା ଦର୍ଶନ କରିବା ପରେ ବାବା କାଶୀ ବିଶ୍ୱନାଥଙ୍କ ଦର୍ଶନ ପାଇଁ ବାରାଣସୀ ଯାଉଥିଲେ। ପ୍ରାୟ ସାଢ଼େ ୨ଟା ସମୟରେ ସେମାନେ ବକଶା ଥାନା ଅଞ୍ଚଳର କୁଲହ୍ନାମାଉରେ ପହଞ୍ଚିବା ସମୟରେ ଆଗରେ ଥିବା ଟ୍ରକ୍ ଡ୍ରାଇଭର ହଠାତ୍ ବ୍ରେକ୍ ଲଗାଇଲେ। ପଛରେ ଯାଉଥିବା ବସ୍ ଟ୍ରକ୍ ସହିତ ଧକ୍କା ହେଲା।
ଏଥିରେ ବସ୍ରେ ଯାତ୍ରା କରୁଥିବା ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନେ ହେଲେ କାଙ୍କେର ଜିଲ୍ଲା ଗୋଣ୍ଡା ଥାନା ଅଧୀନ ପିଭି-୧୮ ନିବାସୀ ଅପରଣ ଭବନଙ୍କ ପତ୍ନୀ ଆଶା ଭବନ, ରାଜନନ୍ଦଗାଓ ଜିଲ୍ଲା ଟୋଲା ଗାଓ ଥାନା ଆମଲିଡିହ ନିବାସୀ କୁଶଭ ସାହୁଙ୍କ ପତ୍ନୀ ଗୁଲାବ, ବସ୍ ଡ୍ରାଇଭର ଦୀପକ ପ୍ରମୁଖ ଥିଲେ।
ସମସ୍ତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଅଧୀକ୍ଷକ ଡକ୍ଟର କୌସ୍ତୁଭ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଡକ୍ଟର ଦିନେଶ ଚନ୍ଦ୍ର ଜିଲ୍ଲା ଡାକ୍ତରଖାନାରେ ପହଞ୍ଚି ଘଟଣା ବିଷୟରେ ସୂଚନା ନେବା ପରେ ଆହତମାନଙ୍କର ଉନ୍ନତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଅଧିକ ପଢ଼ନ୍ତୁ: ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କ ମୁଣ୍ଡ କାଟିବା ନେଇ ଟ୍ରମ୍ପ କ୍ରୋଧିତ