ନୂଆଦିଲ୍ଲୀ: ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ଣ ୧୧ଟାରେ ସାଧାରଣ ବଜେଟ୍ ୨୦୨୬-୨୭ ଉପସ୍ଥାପନ କରିବେ । ନିର୍ମଳା କ୍ରମାଗତ ନବମ ଥର ବଜେଟ୍ ଉପସ୍ଥାପନ କରି ସଂସଦୀୟ ଇତିହାସରେ ଏକ ନୂଆ ରେକର୍ଡ ସ୍ଥାପନ କରିବେ । ଆସନ୍ତୁ ଜାଣିବା ବଜେଟ୍ ଡେରେ ଅର୍ଥମନ୍ତ୍ରୀଙ୍କ ପୂରା ସିଡ୍ୟୁଲ ।
ଏ ପର୍ଯ୍ୟନ୍ତ ଯେଉଁ ଧାରା ଜାରି ରହିଛି ସେହି ହିସାବରେ ଅର୍ଥମନ୍ତ୍ରୀ ବଜେଟ୍ ଡେ ସକାଳ ପ୍ରାୟ ୮ଟା ୩୦ରେ ନିଜର ବାସଭବନରୁ ବାହାରି ଅର୍ଥମନ୍ତ୍ରଣାଳୟ ପହଞ୍ଚିବେ । ଏହା ପରେ ୯ଟାରେ ନିଜର ବଜେଟ୍ ଟିମ ସହ ଫଟୋ ସେସନ କରିବେ । ଏହାର କିଛି ସମୟ ପରେ ନିର୍ମଲା ସୀତାରମଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ରାଷ୍ଟ୍ରପତି ଭବନ ଯିବେ । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ କ୍ୟାବିନେଟ୍ ବୈଠକ ବସିବ ଏବଂ ଏଥରେ ବଜେଟକୁ ମଞ୍ଜୁରୀ ଦିଆଯିବ ।
ସଂସଦ ଭବନ ପହଞ୍ଚିବା ପରେ ଅର୍ଥମନ୍ତ୍ରୀ ତଥା ତାଙ୍କ ଟିମ୍ ମିଡିଆ ସାମ୍ନାରେ ପୁଣି ଫଟୋ ସେସନ କରାଇବେ । ପୂର୍ବାହ୍ଣ ୧୧ଟାରେ ଲୋକସଭା ଅଧିବେଶନର ଆରମ୍ଭ ବାଚସ୍ପତି କରିବେ । ଏହା ପରେ ଅର୍ଥମନ୍ତ୍ରୀ ନିଜର ବଜେଟ୍ ଭାଷଣ ଆରମ୍ଭ କରିବେ । ବଜେଟ୍ ଭାଷଣର ପ୍ରାରମ୍ଭିକ ଅଂଶରେ ଅର୍ଥମନ୍ତ୍ରୀ ନିଜ ସରକାରଙ୍କ ଉପଲବ୍ଧି ଓ ପରିସଂଖ୍ୟାନ ଉଲ୍ଲେଖ କରିବେ ।
ଏହା ପରେ ବଜେଟ୍ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ । ବଜେଟ୍ ଭାଷଣ ସରିବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବେ । ଏହି ସାମ୍ବାଦିକ ସମ୍ମିଳନୀରେ ବଜେଟ୍ ସଂପର୍କିତ ସମସ୍ତ ସଂଶୟ ଏବଂ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଉପରେ ସୂଚନା ଦେବେ । ପୁଣି ବଜେଟ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସରକାରଙ୍କ ଛୋଟ ବଡ ସବୁ ନେତା ପ୍ରତିକ୍ରିୟା ଦେବେ । ଏହା ବାଦ୍ ବିରୋଧୀଙ୍କ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ମିଳିବ ।
Also read: ଆଗେଇ ଚାଲିଛି ଅଷ୍ଟମ ବେତନ ଆୟୋଗର କାମ, ବଜେଟରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ସରପ୍ରାଇଜ !