ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ୍-୨୦୨୬ ଉପସ୍ଥାପନ କରିବେ। ସଂସଦରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବିଜେଟ ଉପସ୍ଥାପନ କରିବା ପୂର୍ବରୁ ସେ ଆଜି ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବଜେଟ୍ ଡକ୍ୟୁମେଣ୍ଟ୍ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ନିର୍ମଳା ସୀତାରମଣଙ୍କୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦହି ଏବଂ ଚିନି ଖାଇବାକୁ ଦେଇଛନ୍ତି। ଏହି ପରଂପରା ଭାରତରେ ବହୁ ଦିନରୁ ରହି ଆସିଛି। ଶ୍ରୀମତୀ ସୀତାରମଣ ଏହା ପୂର୍ବରୁ ସେ ଅର୍ଥ ମନ୍ତ୍ରଣାଳୟ ବାହାରେ ଏକ ସାଧାରଣ ଫଟୋ ସେସନ୍ କରିଥିଲେ।
ବଜେଟ୍ ୨୦୨୬ ପାଇଁ ଦୀର୍ଘ ପ୍ରତୀକ୍ଷା ଆଜି ଶେଷ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ଅର୍ଥମନ୍ତ୍ରୀ ଭାବରେ ତାଙ୍କର କ୍ରମାଗତ ନବମ ବଜେଟ୍ ଉପସ୍ଥାପନ କରିବେ। ସରକାର ଟିକସ ଠାରୁ ଆରମ୍ଭ କରି ସାମାଜିକ ଯୋଜନା ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାର ଆଶା କରାଯାଉଛି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସକାଳ ୧୧ଟାରେ ଲୋକସଭାରେ ତାଙ୍କର ବଜେଟ୍ ଭାଷଣ ଆରମ୍ଭ କରିବେ। ବଜେଟ୍ ଭାଷଣ ଏକରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ରହିବ ବୋଲି ଆଶା କରାଯାଉଛି। ଏଥିରେ ଆଗାମୀ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ଖର୍ଚ୍ଚ ଯୋଜନା, ଟିକସ ପ୍ରସ୍ତାବ ଏବଂ ନୀତି ନିର୍ଦ୍ଦେଶାବଳୀର ରୂପରେଖା ଦିଆଯିବ। ସରକାର ସମ୍ପୂର୍ଣ୍ଣ ଭାଷଣକୁ ସିଧା ପ୍ରସାରଣ କରିବେ ଏବଂ ପରେ ଏହାକୁ ଡିଜିଟାଲ୍ ପ୍ଲାଟଫର୍ମରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇବେ।
ଅଧିକ ପଢ଼ନ୍ତୁ: ବଜେଟ୍ ଉପସ୍ଥାପନ ସହିତ ଏକ ରେକର୍ଡ ସୃଷ୍ଟି କରିବେ ନିର୍ମଳା ସୀତାରମଣ