ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଅନ୍ତରୀଣ ଜାମିନ : ଜାମିନ ଦେଲେ ସୁପ୍ରିମକୋର୍ଟ
Khabar Odisha:Back-Satyendar-Jain-gets-interim-bail-for-six-weeks-ED-says-Cant-trust-medical-reports
ଖବର ଓଡିଶା : 26/05/2023

ସତ୍ୟେନ୍ଦ୍ର ଜୈନଙ୍କୁ ଅନ୍ତରୀଣ ଜାମିନ । ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।  ୬ ସପ୍ତାହ ପାଇଁ ବେଲ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅସୁସ୍ଥତା ଯୋଗୁ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି କୋର୍ଟ ।

ସୂଚନା ଅନୁସାରେ, ଚିକିତ୍ସା ପ୍ରତି ଦୃଷ୍ଟି ଦେଇ ଆଜି ସୁପ୍ରିମ୍‌ କୋର୍ଟ ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ‘ଆପ୍‌’ ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ୬ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି। ହେଲେ ଏହି ସମୟରେ ବିନା ଅନୁମତିରେ ସତ୍ୟେନ୍ଦ୍ର ଜୈନ୍‌ ଦିଲ୍ଲୀ ଛାଡ଼ି ଯାଇ ପାରିବେ ନାହିଁ କିଂବା ଗଣମାଧ୍ୟମରେ କୌଣସି ବିବୃତି ଦେଇପାରିବେ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ନିର୍ଦେଶ ଦେଇଛନ୍ତି। ମନିଲଣ୍ଡରିଂ କେସରେ ଜୈନଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତକାଲି ଜେଲ୍ ଓ୍ବାସରୁମରେ ପଡ଼ି ଆହତ ହୋଇଥିଲେ ଜୈନ । ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଯୋଗୁ ଦିଲ୍ଲୀର LNJP ହସ୍ପିଟାଲରେ ICUରେ ଭର୍ତ୍ତି କରାଯାଇଛି । ୨୦୨୨ ମେ’ ମାସରୁ ତିହାର ଜେଲରେ ଥିଲେ ସତ୍ୟେନ୍ଦ୍ର ଜୈନ ।

Subscribe

National International State Sports Entertainment