ପୁଣି ବୋରୱେଲରେ ଫସିଲା ନାବାଳକ, ଉଦ୍ଧାର କାର୍ଯ୍ୟ ଜାରି
Khabar Odisha:Again-Borewell-accident-in-Madhya-Pradesh
ମଧ୍ୟପ୍ରଦେଶ : 07/12/2022

ଛତିଶଗଡ଼ ପରେ ପୁଣି ବୋରୱେଲରେ ଫସିଲା 6 ବର୍ଷର ନାବାଳକ ଜୀବନ | ତେବେ ଘଟଣା ଘଟିଛି ମଧ୍ୟପ୍ରଦେଶ ବେତୁଲ ଜିଲ୍ଲାର ମାଣ୍ଡଭି ଗାଁରେ | 60 ରୁ 70 ଫୁଟ ତଳେ ଶିଶୁଟି ଫସିଯାଇଥିବା ସୂଚନା । ଶିଶୁଟିକୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦିଆଯାଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଭୋପାଳ ଓ ହୋସଙ୍ଗାବାଦର ଏସଡିଆରଏଫ ଟିମ୍ ପହଞ୍ଚିଛନ୍ତି । ତିନି ଜେସିବି ମେସିନ ସହାୟତାରେ ବୋରୱେଲଠାରୁ 30 ଫୁଟ ଦୂର ସମାନ୍ତର ଗାତ ଖୋଳାଯାଉଛି । ଡାକ୍ତରୀ ଦଳ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି । ବର୍ତ୍ତମାନ ଶିଶୁଟି ପାଖକୁ ଅକ୍ସିଜେନ ପହଞ୍ଚାଯାଉଛି । ପିଲାଟି ସହ ପରିବାର ଲୋକେ କଥା ହେଉଛନ୍ତି । ପିଲାଟି କହିଛି ଯେ ଏଠାରେ ବହୁତ ଅନ୍ଧାର ରହିଛି । ମୋତେ ଡର ଲାଗୁଛି । ମୋତେ ଶୀଘ୍ର ବାହାରକୁ ବାହାର କର । 

ଘଟଣାଟି ବେତୁଲ ଜିଲ୍ଲାର ଆଠନେରର ମାଣ୍ଡଭି ଗାଁ ପାଖରେ ମଙ୍ଗଳବାର ଦିନ ପ୍ରାୟ ସନ୍ଧ୍ୟା 5ଟା ସମୟରେ ଘଟିଛି । ପ୍ରାଥମିକ ସୂଚନା ଅନୁସାରେ ତନ୍ମୟ ନାମକ ବାଳକ ବିଲରେ ଖେଳୁଥିଲା । ଏହି ସମୟରେ ଅଜାଣତରେ ଗୋଡ ଖସିଯିବା କାରଣରୁ ବୋରୱେଲକୁ ଖସିପଡ଼ିଥିଲା ଶିଶୁଟି । କିଛି ସମୟ ପରେ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ଶେଷରେ ବୋରୱେଲ ପାଖକୁ ଆସି ଆୱାଜ ଦେବାରୁ ଶିଶୁଟି ରେସପନ୍ସ କରିଥିଲା । ଏହାପରେ ପରିବାର ଲୋକେ ତୁରନ୍ତ ବେତୁଲ ଏବଂ ଆଠନେର ପୋଲିସକୁ ସୂଚନା ଦେଇଥିଲେ ।

ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ନିଜେ ଘଟଣାର ମନିଟରିଂ କରିଥିଲେ । ତେବେ 6 ବର୍ଷର ବାଳକ ତନ୍ମୟ କେମିତି ସୁରକ୍ଷିତ ବାହାରିବ ସେନେଇ ସମସ୍ତେ କାମନା କରିଛନ୍ତି ।

Subscribe

National International State Sports Entertainment