ନିଆଁ ଲାଗି ଚାଲିଗଲା ୭ ଜୀବନ । ମହାରାଷ୍ଟ୍ରର ଛତ୍ରପତି ସମ୍ୱଜିନଗରରେ ଏକ ହୃଦୟବିଦାରକ ଦୁର୍ଘଟଣା ସାମ୍ନାକୁ ଆସିଛି। ଶୋଇଥିବା ସମୟରେ ବିଲ୍ଡିଂରେ ଲାଗିଥିଲା ନିଆଁ । କିଛି କ୍ଷଣ ମଧ୍ୟରେ ସବୁକିଛି ସରିଗଲା । ଗୋଟିଏ ପରିବାରରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ୨ ଜଣ ଶିଶୁଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁଯାୟୀ,ମହାରାଷ୍ଟ୍ରର ଛତ୍ରପତି ସମ୍ୱାଜିନଗରର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଅବସ୍ଥିତ ଏକ ଘରେ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ନିହତ ହୋଇଥିବା ୭ ଜଣଙ୍କ ମଧ୍ୟରେ ୩ ମହିଳା, ୨ ଶିଶୁ ଏବଂ ୨ ପୁରୁଷ ଅଛନ୍ତି। କୋଠାଟିରେ ନିଆଁ ଲାଗିଯିବା ସମୟରେ ପରିବାର ଲୋକ ଶୋଇଥିଲେ।
ତଳ ମହଲାରେ ଏକ ପୋଷାକ ଦୋକାନରେ ହଠାତ ନିଅଁ ଲାଗିଯିବାରୁ ତାହା ଆଖିପିଛୁଳାକେ ଉପର ମହଲାକୁ ବ୍ୟାପିଯାଇଥିଲା । ଏଭଳି ଅଗ୍ନିକାଣ୍ଡ ଯୋଗୁଁ ଉପର ମହଲାରେ ରହୁଥିବା ପରିବାର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ। ବର୍ତ୍ତମାନ ସମସ୍ତ ମୃତଦେହ ଛତ୍ରପତି ସମ୍ୱାଜିନଗର ସରକାରୀ ଡାକ୍ତରଖାନାକୁ ନିଆଯାଇଛି। ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ :ଓଲଟିଲା ଯାତ୍ରୀବାହୀ ବସ : ଯାତ୍ରୀ ଆହତ