ହାଇଦ୍ରାବାଦ୍: ତେଲେଙ୍ଗାନାର ଏକ ସରକାରୀ ବିଦ୍ୟାଳୟାର ହଷ୍ଟେଲରେ ଅବହେଳା ଯୋଗୁ ୩୫ ଜଣ ବିଦ୍ୟାର୍ଥୀ ଅସୁସ୍ଥ ହୋଇଛନ୍ତି। ମେଡକ ଜିଲ୍ଲାର ରାମାୟମପେଟରେ ଟିଜି ମଡେଲ ସ୍କୁଲର ୩୫ ଜଣ ବିଦ୍ୟାର୍ଥୀ ନିଜର ସରକାରୀ ଛାତ୍ରାବାସରେ ଜଳଖିଆ ଖାଇଲା ପରେ ଅସୁସ୍ଥ ହୋଇଛନ୍ତି। ଏହି ଘଟଣା ମଙ୍ଗଳବାର ଘଟିଛି। ପ୍ରଭାବିତ ବିଦ୍ୟାର୍ଥୀମାନେ ଜଳଖିଆ ଖାଇବା ପରେ ବାନ୍ତି କରିଥିଲେ। ସେମାନଙ୍କର ମୁଣ୍ଡ ବୁଲାଇଥିଲା। ସେମାନେ ଅଭିଯୋଗ ଆଣିଛନ୍ତି ଯେ, ଜଳଖିଆରେ ସେମାନେ ଝିଟିପିଟି ଦେଖିଥିଲେ।
ହଷ୍ଟେଲ ଛାତ୍ରଙ୍କ କହିବା ଅନୁସାରେ ମଙ୍ଗଳବାର ସକାଳୁ କ୍ୟାଣ୍ଟିନରେ ଜଳଖିଆ କରିଥିଲେ। ସେହି ସମୟରେ ସେମାନେ ଏକ ଝିଟିପିଟି ବୁଲୁଥିବାର ଦେଖିଥିଲେ। ସେମାନଙ୍କ କହିବା ଅନୁସାରେ ଏହି କାରଣରୁ ସେମାନେ ଅସୁସ୍ଥ ହୋଇଛନ୍ତି। ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ବିଦ୍ୟାର୍ଥୀମାନଙ୍କର ଚିକିତ୍ସା ଜାରି ରହିଛି।
ଆରମ୍ଭରୁ ସନ୍ଦେହ କରାଯାଉଥିଲା ଯେ, ଖାଦ୍ୟ ପ୍ରସ୍ତୁତି ସମୟରେ ଖାଦ୍ୟର ଝିଟିପିଟି ପଡ଼ିଯାଇଥାଇ ପାରେ। ସ୍ବାସ୍ଥ୍ୟ ଅଧିକାରୀମାନେ ଖାଦ୍ୟର ନମୁନା ଯାଞ୍ଚ ପାଇଁ ପରୀକ୍ଷାଗାରକୁ ପଠାଇଛନ୍ତି। ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ। ତେବେ ଏହି ଅପ୍ରୀତିକର ଅଘଟଣ ନେଇ ଅଭିଭାବକ, ଶିକ୍ଷକ ଓ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି। ବିଦ୍ୟାଳୟର ରୋଷେଇ ଘରକୁ ପରିଷ୍କାର ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି। ଭବିଷ୍ୟତରେ ଯେଭଳି ଏଭଳି ପରିସ୍ଥିତି ନଆସିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅଣ୍ଟା ଭିଡିଛନ୍ତି।