ତମ୍ବରମ୍: ଚେନ୍ନାଇର ତମ୍ବରମ୍ ବାୟୁ ସେନା ଷ୍ଟେସନରେ ପରେଡ୍ ବେଳେ ୨ ଜଣ ଯବାନ ଚେତା ଶୂନ୍ୟ ହୋଇପଡ଼ିଛନ୍ତି । ବାୟୁ ସେନା ଦିବସ ପାଳନ ଅବସରରେ ପରେଡ୍ କରୁଥିବାବେଳେ ଚେତା ହରାଇ ତଳେ ପଡ଼ିଯାଇଛନ୍ତି । ତୁରନ୍ତ ଡାକ୍ତରୀ ଟିମ୍ ପହଁଚି ତାଙ୍କର ଚିକିସ୍ଚା କରିଛନ୍ତି । ଅତ୍ୟଧିକ ଗରମ ଯୋଗୁଁ ଏଭଳି ହୋଇଥିବା ଜଣାପଡ଼ିଛି ।
ମଙ୍ଗଳବାର ସକାଳେ ତମ୍ବରମ୍ ବାୟୁ ସେନା ଷ୍ଟେସନରେ ୩୦୦ ଯବାନ ବାୟୁ ସେନା ଦିବସ ପାଳନ ଅବସରରେ ଏକାଠି ହୋଇଥିଲେ । ଏଥିରେ ବାୟୁ ସେନା ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଡିଫେନସ୍ ଷ୍ଟାଫ୍ ମୁଖ୍ୟ ଜେନେରାଲ ଅନୀଲ ଚୌହ୍ୱାନ, ବାୟୁ ସେନା ମୁଖ୍ୟ ମାର୍ସଲ୍ ଅମର ପ୍ରୀତ୍ ସିଂହ ଯୋଗ ଦେଇଥିଲେ । ପରେଡ୍ ଚାଲିଥିବାବେଳେ ୨ ଜଣ ଯବାନ ହଠାତ୍ ତଳେ ପଡ଼ିଯାଇଥିଲେ । ସେଠାରେ ଉପସ୍ଥିତ ଅନ୍ୟ ସଦସ୍ୟମାନେ ତାଙ୍କୁ ଉଠାଇ ଷ୍ଟ୍ରେଚରରେ ନେଇଯାଇଥିଲେ । ଏହା ଡାକ୍ତରୀ ଟିମ୍ ସେମାନଙ୍କର ଚିକିସ୍ଚା କରିଛନ୍ତି ।
ଗତ ରବିବାର ଦିନ ଚେନ୍ନାର ମରିନା ସମୁଦ୍ର କୂଳରେ ଏୟାର ଶୋ ଚାଲିଥିବାବେଳେ ୫ ଜଣ ଦର୍ଶକ ଅଂଶୁଘାତରେ ପ୍ରାଣ ହରାଇଛନ୍ତି ।