ଆମେ ଖାଉଥିବା ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଅନେକ ମସଲା ବ୍ୟବହାର କରାଯାଏ କିନ୍ତୁ ବ୍ୟବହୃତ ହେଉଥିବା ଅଧିକାଂଶ ମସଲାକୁ ବିଭିନ୍ନ ସ୍ଥାନରେ ବ୍ୟାନ କରାଯାଇଛି । ସେଥିପାଇଁ ଖାଦ୍ୟରେ ମସଲା ବ୍ୟବହାରକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।
ସୂଚନା ଅନୁସାରେ, ଦିଲ୍ଲୀ ପୋଲିସ ବିପୁଳ ପରିମାଣର ନକଲି ମସଲାକୁ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି । ଏକ କି ଦୁଇ ଟନ ନୁହେଁ ପ୍ରାୟ ୧୫ ଟନ୍ ନକଲି ମସଲା ଜବତ କରାଯାଇଛି । ଦିଲ୍ଲୀରେ ମସଲା ପ୍ରସ୍ତୁତ ହେଉଥିବା ଦୁଇଟି କାରଖାନାରେ ଏସିଡ୍ ଓ କାଠଗୁଣ୍ଡ ଭଳି ଅପମିଶ୍ରିତ ଜିନିଷକୁ ମିଶାଇ ନକଲି ମସଲା ପ୍ରସ୍ତୁତ କରାଯାଉଥିଲା । ମସଲା ପ୍ରସ୍ତୁତ ପରେ ଅସଲି ମସଲା ଦରରେ ସ୍ଥାନୀୟ ବଜାରରେ ମଧ୍ୟ ନକଲି ମସଲାକୁ ବିକ୍ରି କରାଯାଉଥିଲା ବୋଲି ଜଣେ ପୋଲିସ କର୍ମଚାରୀ ସୂଚନା ଦେଇଥିଲେ । ନକଲି ମସଲା ପ୍ରସ୍ତୁତ ଖବର ପାଇ, ପୋଲିସ କର୍ମଚାରୀ ଉକ୍ତ କାରଖାନାରେ ଚଢ଼ାଉ କରି ନକଲି ମସଲାକୁ ଜବତ କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ମଧ୍ୟ ଗିରଫ କରିଛି ।
ଆଗକୁ ପଢ଼ନ୍ତୁ : ବିଲ୍ଡିଂରୁ ଡେଇଁ ଜୀବନ ହାରିଲେ ଛାତ୍ର