ଅଜଣା ଜ୍ୱର ନେଲାଣି ୧୩ ଶିଶୁଙ୍କ ଜୀବନ
Khabar Odisha:13-children-died-of-unknown-fever
ସିଲିଗୁଡି, ସେପ୍ଟେମ୍ବର ୧୯(ଖବର ଓଡିଶା):

କରୋନା ପରେ ଏବେ ଅଜଣା ଜ୍ୱରର ଆତଙ୍କ ଜାରି ରହିଛି । ଏହି ଜ୍ୱରରେ ଛୋଟ ଶିଶୁ ଆକ୍ରାନ୍ତ ହେଉଛନ୍ତି । ଯାହା ଫଳରେ ଅନେକ ଛୁଆହ୍‌କ ଜୀବନ ମଧ୍ୟ ଗଲାଣି । ଫଳରେ ଏହି ନୂଆ ଭାଇରସକୁ ନେଇ ଭୟ ସୃଷ୍ଟି ହୋଇଛି । ଉତ୍ତର ବଙ୍ଗରେ ଅଜଣା ଜ୍ୱର ଆତଙ୍କ ସୃଷ୍ଟି ହେବା ଫଳରେ ୨ ଜଣ ଶିଶୁ ଆଖିବୁଜିଛନ୍ତି । ଏହାକୁ ମିଶାଇ ଉତ୍ତର ବଙ୍ଗର ୪ଟି ଜିଲ୍ଲାରେ ମୋଟ ୧୩ ଜଣ ଶିଶୁ ପ୍ରାଣ ହରାଇସାରିଲେଣି ।

 କେବଳ ମାଲଦାରେ ୭ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ସେପଟେ ମାଲଦା ମେଡିକାଲ ହସ୍ପିଟାଲକେ ବେଡ୍ ଅଭାବ ଯୋଗୁଁ ଗୋଟିଏ ବେଡରେ ହିଁ ୩ ଜଣ ଲେଖାଏଁ ଶିଶୁଙ୍କ ଚିକିତ୍ସା ଚାଲିଛି । ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପିଲାଙ୍କୁ ଜ୍ୱର ହେବା ସହ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଛି । ଆରଏସ ଭାଇରସରେ ଶିଶୁମାନେ ସଂକ୍ରମିତ ହେଉଥିବା ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି । 

ଏହାସହିତ ସିଲିଗୁଡି ସମେତ ବିଭିନ୍ନ ଜିଲ୍ଲାରେ ହସ୍ପିଟାଲଗୁଡିକରେ ଜ୍ୱରରେ ପୀଡିତ ପିଲାଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ଗୁରୁତର ଅବସ୍ଥା ନହେବା ପର୍ଯ୍ୟନ୍ତ କୌଣସି ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ ନାହିଁ । ସେପଟେ ସରକାରୀ ଡାକ୍ତରଖାନା ଓ ନର୍ସିଂହୋମରେ ମଧ୍ୟ ଭିଡ ଜମିଛି । ମାଲଦା ମେଡିକାଲ କଲେଜ ହସ୍ପିଟାଲରେ ପିଲାମାନଙ୍କ ପାଇଁ ୧୨୦ଟି ଶଯ୍ୟା ରହିଛି ହେଲେ ହାରାହାରି ୫୦ରୁ ୬୦ ପିଲା ପ୍ରତିଦିନ ଭର୍ତ୍ତି ହେଉଛନ୍ତି । ଯାହା ଫଳରେ ଗୋଟିଏ ଶଯ୍ୟାରେ ଏକରୁ ଅଧିକ ଶିଶୁ ଚିକିତ୍ସିତ ହେଉଛନ୍ତି ।

  • Tags:

Subscribe

National International State Sports Entertainment