ଜଳ ସମ୍ପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ
Khabar Odisha:vigilance-raids-at-residence-of-irrigation-department-assistant-engineer
ବରଗଡ଼, ଜୁନ ୧୨ (ଖବର ଓଡ଼ିଶା):

ବରଗଡ଼ ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବର୍ହଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ କରିଛି । ସହକାରୀ ଯନ୍ତ୍ରୀ ଟଙ୍କଧର ମେହେରଙ୍କର ବାସଘର ଓ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଖୋଳତାଡ଼ କରାଯାଉଛି । 

ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ବିରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଟଙ୍କଧରଙ୍କର ସର୍ଗିବାହାଲ ବାସଭବନ, କାର୍ଯ୍ୟାଳୟ ଓ ବଲାଙ୍ଗୀର ଶ୍ୱଶୁର ଘରେ ଛାନ୍‌ଭିନ୍‌ କରୁଛି ଭିଜିଲାନ୍ସ ଟିମ୍‌ । ପ୍ରାୟ ୫ଟି ଟିମ୍‌କୁ ଏହି ଅପରେସନ୍‌ରେ ନିୟୋଜିତ କରାଯାଇଛି । ବରଗଡ଼, ସମ୍ବଲପୁର, ସୋନପୁର ଓ ବଲାଙ୍ଗୀରରେ ଏକକାଳୀନ ଚଢ଼ଉ କରାଯାଉଛି । ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ସହିତ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି । ଏହା ସହିତ ଏକାଧିକ ବ୍ୟାଙ୍କ ପାସବୁକ୍‌ ମଧ୍ୟ ଜବତ କରାଯାଇଛି । 

  • Tags:

Subscribe

National International State Sports Entertainment