ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ବରିଷ୍ଠ ନାଗରିକଙ୍କ ଘରକୁୁ ଯାଇ କରାଯିବ ଟିକା କରଣ
Khabar Odisha:vaccination-at-doorstep--for-senior-citizens--in-bhubmneswar-and-barahmpur

ଭୁବନେଶ୍ୱର, ମେ୧୫(ଖବର ଓଡିଶା); ରାଜଧାନୀ ଏବଂ ବ୍ରହ୍ମପୁର ମହାନଗର ନିଗମରେ ବୃଦ୍ଧା ମାନଙ୍କୁ ସେମାନଙ୍କର ଘରେ ପହଁଚି ସେମାନଙ୍କୁ ଟିକା କରଣ କରିବାକୁ ଦୁଇ ମହାନଗର ନିଗମ ପକ୍ଷରୁ ନିଷ୍ପତି ହୋଇଛି । ଏହି ବ୍ୟବସ୍ଥା ମାଧ୍ୟମରେ ଅଞ୍ଚଳର ବରିଷ୍ଠ ନାଗରିକ ମାନଙ୍କୁ ସେମାନଙ୍କ ଘର ପାଖକୁ ଯାଇ ବିଏମସିର ଅଧିକାରି ମାନେ ଟିକା କରଣ କରିବେ । 

ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କର ଦୈନିକ ସଚେତନାତ ସମ୍ପର୍କତ କାର୍ଯ୍ୟକ୍ରମରେ ଭୁବନେଶ୍ୱର କମିଶନର ସଞ୍ଜୟ ସିଂ ଘୋଷଣା କରିଛନ୍ତି । ଏହା ସହିତ ରାଜଧାନୀରେ ଏବେ ଯୋଉଁ ବୟସ୍କ ବ୍ୟକ୍ତି ମାନେ କୋଭିଡ ଟେଷ୍ଟ ସେଣ୍ଟରକୁ ଯାଇ ନିଜର କୋଭିଡ ଟେଷ୍ଟ କରିିବାକୁ ଅସମର୍ଥ ସେମାନେ ବିଏମସିର ହେଲ୍ପ ଲାଇନ ନମ୍ବର ୨୯୧୯ କୁ ସମ୍ପର୍କ କରିଲେ ବିଏମସିର କର୍ମଚାରି ସେମାନଙ୍କ ନିକଟକୁ ଯାଇ ସେମାନଙ୍କର ନମୁନା ସଂଗ୍ରହ କରିବେ । ଏହା ସହିତ ସେ କହିଛନ୍ତି ଭୁବନେଶ୍ୱର ହେଲ୍ପଲାଇନ ନମ୍ବର ଆକ୍ଟିଭ ଅଛି । କୋଭିଡ-୧୯ ସହିତ ଜଡିତ ପ୍ରଶ୍ନଗୁଡିକ ପାଇଁ ୧୯୨୯ ନମ୍ବରରେ ଯୋଗାଯୋଗ କରିପାରିବେ । ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବିଏମସି ପକ୍ଷରୁ ସାହାଯ୍ୟ କରାଯିବ ବୋଲି କୁହାଯାଇଛି ।

  • Tags:

Subscribe

National International State Sports Entertainment