୪ ମାସ ମଧ୍ୟରେ ଆରମ୍ଭ ହେବ ଶାମୁକା ପ୍ରକଳ୍ପ, ୯୭୨ଏକର ଜମି ଅଧିଗ୍ରହଣ କଲା ଇଡ଼କୋ
Khabar Odisha:state-odisha-samuka-beach-project-finalized-by-state-government
ପୁରୀ, ଜାନୁଆରୀ ୧୪ (ଖବର ଓଡିଶା) :

 ପୁରୀରେ ଖୁବଶୀଘ୍ର ସାମୁକା ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଯାଉଛି। ସଂଶୋଧିତ ଶାମୁକା ପ୍ରକଳ୍ପକୁ ଉଚ୍ଚସ୍ତରୀୟ କମିଟି ଅନୁମୋଦନ କରିଛି। ଆଜି ଶାମୁକା ପ୍ରକଳ୍ପର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ହୋଇଥିଲା। ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା।

ବୈଠକ ପରେ ପର୍ଯ୍ୟଟନ ସଚିବ ବିଶାଳ ଦେବଙ୍କ ସୂଚନା ଅନୁଯାୟୀ, ପୁରୀର ସିପ୍ ସରୁବାଲିରେ ଏହି ଶାମୁକା ପ୍ରକଳ୍ପ ନିର୍ମାଣ ହେବ। ଏଥିପାଇଁ ୯୭୨ଏକର ଜମି ଇଡ଼କୋ ଅଧିଗ୍ରହଣ କରିଛି। ଶାମୁକା ପ୍ରକଳ୍ପରେ ରହିବ ବଡ ବଡ ହୋଟେଲ, ସ୍ଫା, ମ୍ୟୁଜିୟମ, ବାସଗୃହ କ୍ଷ ଆସନ୍ତା ୪ମାସ ଭିତରେ ପ୍ରକଳ୍ପ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ। ୩ରୁ ୫ ବର୍ଷ ଭିତରେ ପ୍ରକଳ୍ପ ଶେଷ ହେବାର ଲକ୍ଷ ରଖାଯାଇଛି ବୋଲି ବିଶାଳ ଦେବ କହିଛନ୍ତି। 

Subscribe

National International State Sports Entertainment