ଅଡୁଆରେ ସୁନ୍ଦରଗଡ ଏସପି, ଗର୍ଭବତୀଙ୍କୁ ମାଡ ମାରିଥିବା ଅଭିଯୋଗ, ମାମଲା ରୁଜୁ
Khabar Odisha:state-odisha-fir-against-sundargarh-sp-soumya-mishra-for-attacking-a-pregnant-lady
ସୁନ୍ଦରଗଡ, ଅଗଷ୍ଟ ୧୮(ଖବର ଓଡିଶା):

ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ରଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ଜଣେ ମହିଳାଙ୍କୁ ମାଡ ମାରି ତାଙ୍କର ଗର୍ଭ ନଷ୍ଟ କରିଥିବା ଖୋଦ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲାର ହେମଗିରି ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, ଗତ ଜୁଲାଇ ମାସ ୩ ତାରିଖରେ କନିକା ଅଂଚଳରେ ଏକ ଦୁର୍ଘଟଣ ଘଟିଥିଲା । ଏଥିରେ ଜଣେ ଯୁବକ ପ୍ରାଣ ହରାଇଥିଲେ  ସ୍ଥାନୀୟ ଲୋକେ ଦୁର୍ଘଟଣା ଭିଆଇଥିବା ଗାଡିକୁ ଅଟକ ରଖିବା ସହ ପୋଲିସରେ ଜିମା ଦେଇଥିଲେ । ଏହାପରେ ହେମଗିରି ପୋଲିସ ଗାଡିକୁ ଥାନାକୁ ନେଇ ଯାଇଥିଲା । କିନ୍ତୁ ପୋଲିସ ମାମଲାର ରଫାଦଫା କରି ଗାଡିକୁ ମାଲିକଙ୍କୁ ଫେରାଇ ଦେଇଥିବା ଏକ ମିଛ ଖବର କନିକା ଅଂଚଳରେ ପ୍ରସାରିତ ହୋଇଥିଲା । ଏହାକୁ ବିରୋଧ କରି ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । କେବଳ ରାସ୍ତା ରୋକ ନୁହେଁ ସେମାନେ କନିକା ଫାଣ୍ଡି ଉପରକୁ ଢେଲାପଥର ମାଡ କରିଥିଲେ । ତେବେ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ଉତ୍ୟକ୍ତ ଲୋକଙ୍କୁ ଘଉଡାଇଥିଲା ।

ଖବର ପାଇ ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ର ଥାନା ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଏକ ଟିମ୍ ସହ ସ୍ଥାନୀୟ କିଛି ଗ୍ରାମରେ ତଦନ୍ତ କରିବା ସହ କିଛି ଘରେ ଚଢାଉ କରିଥିଲେ । ଏହି ଘଟଣାରେ ପୋଲିସ କନିକା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ତାଙ୍କ ଘରେ ପଶିଥିଲା । କିନ୍ତୁ ବ୍ୟକ୍ତିଜଣଙ୍କ ଘରେ ନଥିଲେ । ତେବେ ତାଙ୍କ ସ୍ତ୍ରୀ ପ୍ରିୟା ଦେ ଘରେ ଉପସ୍ଥିତ ଥିଲେ । ପୋଲିସ ପ୍ରିୟାଙ୍କୁ ପ୍ରଥମେ ଧମକ ଚମକ ଦେଇ ମାଡ ମାରିଥିବା ପ୍ରିୟା ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ ପୋଲିସର ମାଡରେ ତାଙ୍କର ଗର୍ଭ ନଷ୍ଟ ହୋଇଯାଇଥିବା ଭଳି ସେ ସାଙ୍ଘାତିକ ଆରୋପ ଲଗାଇଛନ୍ତି ।

ଏହି ମାମଲାରେ ସେ ହେମଗିରି ଥାନା ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ଗତ ୫ ତାରିଖରେ ସେ ଏସଡିଜଏମ କୋର୍ଟରେ ପିଟିସନ ଦାଖଲ କରିଥିଲେ । କୋର୍ଟ ମାମଲାକୁ ଗମ୍ଭୀରତାର ସହ ନେଇ ସୌମ୍ୟାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ହେମଗିରି ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଇବା ପରେ ପୋଲିସ ଗତ ବୁଧବାର ଦିନ ସୌମ୍ୟାଙ୍କ ନାମରେ ୧୨ ଟି ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment