ରାଜ୍ୟରେ ତିନି ମାସରେ ବନ୍ଧା ହେଲେଣି ୮ ହଜାର ମଦୁଆ ଡ୍ରାଇଭର, ଗଞ୍ଜାମରୁ ସର୍ବାଧିକ
Khabar Odisha:state-odisha-during-3-months-8000-drunker-driver-arrest-all-over-odisha
ଭୁବନେଶ୍ଵର, ଡିସେମ୍ବର୦୨(ଖବର ଓଡ଼ିଶା):

ଦେଶରେ ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି। ଏହି ଆଧାରରେ ମଦୁଆ ଡ୍ରାଇଭରଙ୍କୁ ତ୍ରାହି ନାହିଁ। ଏହା ସହିତ ଗାଡ଼ି କାଗଜପତ୍ର କାମ କରିବାକୁ ସରକାର ତିନି ମାସର ମହଲତ ଦେଇଛନ୍ତି। ଟ୍ରାଫିକ ନିୟମ କଡ଼ାକଡ଼ି ପରେ ମଦୁଆଙ୍କୁ ଧରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇ ଯାଇଛି। ଫଳରେ ଏହି ତିନି ମାସରେ ବନ୍ଧା ହେଲେଣି ୮ ହଜାର ମଦୁଆ।

ମଦ୍ୟପାନ କରି ଗାଡ଼ିଚାଳନାଜନିତ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଲୋକେ ବେପରୁଆ ଭାବେ ଗାଡ଼ି ଚଳାଇ ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ସହିତ ମୃତ୍ୟୁକୁ ଆପଣଉଛନ୍ତି। ଫଳରେ ରାଜ୍ୟରେ ମଦୁଆ ଚାଳକଙ୍କ ପ୍ରତି ପୋଲିସ ଶୂନ୍ୟ ସହିଷ୍ଣୁତା ନୀତି ଆପଣେଇଛି। ପୋଲିସର ଧରପଗଡ଼ରେ ୩ ମାସରେ ବନ୍ଧା ହେଲେଣି ୮ ହଜାର ୫୮୩ ମଦୁଆ ଡ୍ରାଇଭର। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୭୯୯ ମଦୁଆ ଡ୍ରାଇଭର ଗିରଫ  ହୋଇଥିବା ବେଳେ ପୁରୀ ଜିଲ୍ଲାରେ ସର୍ବନିମ୍ନ ୧୧ ଜଣ ଗିରଫ ହୋଇଥିବା ସୂଚନା ମିଳିଛି। 

ଉଲ୍ଲେଖଯୋଗ୍ୟ, ଦେଶରେ ଅଗଷ୍ଟ ୧ରୁ ନୂତନ ମୋଟର ଯାନ ନିୟମ ଲାଗୁ ହୋଇଛି। ଏହା ପରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ୁଛି। ବିଶେଷ କରି ମଦ୍ୟପାନ କରି ଗାଡ଼ି ଚଳାଉଥିବା ଲୋକଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଗଣିବାକୁ ପଡୁଛି। 

Subscribe

National International State Sports Entertainment