ଟିଭିଡିଏସ ସିଷ୍ଟମରେ ଧରା ପଡ଼ିଲେ ୯୫ ଜଣ ଟ୍ରାଫିକ ଉଲ୍ଲଂଘନକାରୀ, ଘରକୁ ଯିବ ଚାଲାଣ
Khabar Odisha:state-odisha-95-traffic-violater-kept-in-tvdas-scanner-in-bhubaneswar
ଭୁବନେଶ୍ୱର, ଡିସେମ୍ବର୦୨(ଖବର ଓଡ଼ିଶା):

ଦେଶରେ ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି। ଟ୍ରାଫିକ ନିୟମ ଉଲଘଂନକାରୀଙ୍କ ପାଇଁ ଆଉ ନିସ୍ତାର ନାହିଁ। ନିୟମ ଉଲଘଂନ କଲେ  କାର୍ଯ୍ୟାନୁଷ୍ଠାନ ନିଆଯାଇ ମୋଟା ଅଙ୍କର ଜୋରିମାନା ମଧ୍ୟ ଆଦାୟ କରାଯାଉଛି। ଗାଡ଼ି କାଗଜ ପତ୍ର ଯାଞ୍ଚରେ ତିନି ମାସ କୋହଳ କରାଯାଇଥିଲେ ମଧ୍ୟ ଡିସେମ୍ବର ୧ରୁ କଡ଼ାକିଡ଼ି ଭାବେ ଟ୍ରାଫିକ ନିୟମ ଲାଗୁ କରାଯାଇଛି। ପ୍ରମୁଖ ଛକମାନଙ୍କରେ ସିସିଟିଭି ଲଗାଯାଇ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା ନଜର ରଖାଯାଉଛି। ଟିଭିଡିଏସ ସିଷ୍ଟମ ଜରିଆରେ ଗତକାଲି ୯୫ ଜଣ ଟ୍ରାଫିକ ଉଲ୍ଲଂଘନକାରୀ ଧରା ପଡ଼ିଥିବା ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି। 

ଡିସେମ୍ବର ୧ରୁ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଥିଲେ ମଧ୍ୟ କିଛି ଲୋକ ଏହାକୁ ମାନୁ ନାହାନ୍ତି। ପୋଲିସକୁ ଚକମା ଦେଇ ଖସିଯାଉଥିବା ଟ୍ରାଫିକ ନିୟମ ଉଲଘଂନକାରୀଙ୍କୁ ଜଗିଛି ସିସିଟିଭି କ୍ୟାମେରା। କ୍ୟାମେରାରେ କଏଦ ହେଉଛି ଗାଡି ନମ୍ବର । ଘରକୁ ପଠାଯାଉଛି ଚାଲାଣ। କମିଶନରେଟ ପୋଲିସ ପକ୍ଷରୁ ଏଭଳି ନିୟମ କଡା କଡି କରାଯାଇଛି। ବିଶେଷ କରି ହେଲମେଟ୍ ପିନ୍ଧୁନଥିବା, ବାଇକରେ ତିନି ଜଣ ବସି ଯାଉଥିବା, ନିର୍ଦ୍ଧାରିତ ସ୍ପିଡଠୁ ଅଧିକ ବେଗରେ ଗାଡ଼ି ଚଳାଉଥିବା, ମଦ୍ୟପାନ କରୁଥିବା ଚାଳକଙ୍କୁ ଧରିବା ଲାଗି କମିଶନରେଟ୍ ପୋଲିସ ଧରପଗଡ଼ ଆରମ୍ଭ କରିଛି। 

ଟିଭିଡିଏସ ସିଷ୍ଟମ ଜରିଆରେ ଗତକାଲି ସହର ମଧ୍ୟରେ ୯୫ ଜଣ ଟ୍ରାଫିକ ନିୟମ ଉଲଘଂନକାରୀଙ୍କୁ ଚିହ୍ନଟ କରିଛି ସିସିଟିଭି କ୍ୟାମେରା । ବିଶେଷ କରି ରୂପାଲି ଛକରୁ ୩୬ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୫୯ଜଣଙ୍କୁ ବିଭିନ୍ନ ଛକରୁ ଚିହ୍ନଟ କରାଯାଇଛି । ଚିହ୍ନଟ କରାଯିବା ପରେ ସେମାନଙ୍କ ଘରକୁ ଇ ଚାଲାଣ ପଠାଯିବା ବୋଲି କହିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ ।

ସେହିଭଳି ସ୍ପିଡ ଗାଡି ଉପରେ କଟକଣା ଜାରି କରାଯାଇଛି । ସହର ଭିତରେ ଯେଉଁମାନେ ଗାଡି ଚଳାଉଛନ୍ତି ତାଙ୍କର ସ୍ପିଡ ଲିମିଟ ୫୦ଭିତରେ ରହିବା ପାଇଁ କଟକଣା ଜାରି କରାଯାଇଥିବା ବେଳେ ଏନଏଚରେ ଚଳାଉଥିବା ଗାଡି ଚାଳକଙ୍କ ପାଇଁ ୭୦ ସ୍ପିଡ ଲିମିଟ ରହିଥିବା କହିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ।

Subscribe

National International State Sports Entertainment