୨୬ ହଜାର ତଣ୍ଡ ଗଣିଲେ ନାବାଳକ ସ୍କୁଟି ଚାଳକ
Khabar Odisha:state-odisha-26-thousand-fine-collected-from-a-minor-boy-in-cuttack-baranga
କଟକ, ଜାନୁଆରୀ ୧୪ (ଖବର ଓଡିଶା) :

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ  ଟ୍ରାଫିକ୍ ନିୟମ କଡାକଡି ଭାବରେ ଯାଂଚ୍ କରାଯାଉଛି। ନିୟମ ଉଲ୍ଲଙ୍ଘନ କଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି। ନିକଟ ଅତୀତରେ କଟକରେ ଜଣେ ନାବାଳକ ସ୍କୁଟି ଚଳାଇ ଧରା ପଡିବାରୁ ତାଙ୍କ ବାପା ୬ ହଜାର ଟଙ୍କା ତଣ୍ଡ ଗଣିଥିଲେ। ଆଜି ପୁଣି ଏଭଳି ଏକ ଘଟଣାର ପୁନରାବୃତ୍ତି ଘଟିଛି। କଟକ ବାରଙ୍ଗ ଥାନା ଛକରେ ଜଣେ ନାବାଳକ ସ୍କୁଟି ଚାଳକକୁ ୨୬ ହଜାର ଟଙ୍କା ଜରିମାନା କରାଯାଇଛି। 

ସୂଚନାନୁସାରେ, କଟକ ବାରଙ୍ଗ ଥାନା ଛକରେ ଜଣେ ନାବାଳକ ସ୍କୁଟି ଚଳାଇ ଯାଉଥିବା ବେଳେ ପରିବହନ ବିଭାଗ ହାବୁଡରେ ଧରାପଡିଛନ୍ତି। ଜଣେ ନାବାଳକ ହୋଇ ଗାଢି ଚଳାଉଥିବା ଅଭିଯୋଗରେ ପରିବହନ ବିଭାଗ ଉକ୍ତ ନାବାଳକଙ୍କ ଠାରୁ ୨୬ ହଜାର ଟଙ୍କା ତଣ୍ଡ ଆଦାୟ କରିଛି। ନାବାଳକ ଜଣକ ହେଲମେଟ ପିନ୍ଧି ନଥିବା କାରଣରୁ ତାଙ୍କଠାରୁ ୧ ହଜାର ଟଙ୍କା ମଧ୍ୟ ଆଦାୟ କରାଯାଇଛି। 

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧ରେ କଟକ ମଧୁପାଟଣା ଛକରେ ଜଣେ ନାବାଳକ ହେଲମେଟ୍ ନପିନ୍ଧି ଗାଡି ଚାଳନା କରୁଥିବା ବେଳେ ଧରା ପଡିଥିଲେ। ସେ ଡ୍ରାଇଭିଂ କରୁଥିବା ସମୟରେ ମୋବାଇଲେ ମଧ୍ୟ କଥା ହେଉଥିଲେ। ଗାଡି ଚାଳକ ନାବାଳକ ହୋଇଥିବାରୁ ତାଙ୍କ ବାପାଙ୍କ ନାମରେ ମୋଟା ଅଙ୍କର ଚାଲାଣ କଟା ଯାଇଥିଲା। ଉକ୍ତ ନାବାଳକଙ୍କ ବାପାଙ୍କୁ ଡାକି ଟ୍ରାଫିକ୍ ପୋଲିସ ୬ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା। 

Subscribe

National International State Sports Entertainment