ଖବର ଓଡ଼ିଶା: ଜଗତସିଂପୁର ଜିଲ୍ଲା ରଘୁନାଥପୁର ବଜାରକୁ ମୋ ବସ ଚଳାଇବାକୁ ରଘୁନାଥପୁର ଅଞ୍ଚଳ ବାସୀ ଦାବି କରିଛନ୍ତି। । କଟକ ବାଦାମ ବାଡ଼ିରୁ କନ୍ଦରପୁର ବଜାର ପର୍ଯ୍ୟନ୍ତ ମୋ ବସ ଚାଲୁଥିବା ବେଳେ ଦୁଇ ଦିନ ହେବ ଗଡମା ବଜାର ପର୍ଯ୍ୟନ୍ତ ମୋ ବସ ଚଳାଚଳ ହେଉଛି। । ଗଡମା ବଜାରରୁ ରଘୁନାଥ ପୁର ବଜାରର ଦୂରତା ମାତ୍ର ୪ରୁ୫ କିଲୋମିଟର ଦୂରତା ଥିବା ବେଳେ ଏହି ଅଞ୍ଚଳ ପର୍ଯ୍ୟନ୍ତ ମୋ ବସ ନ ଗଡିବାରୁ ଅଞ୍ଚଳ ବାସୀ କ୍ଷୋବ ପ୍ରକାଶ କରିଛନ୍ତି। ।
କଟକରୁ ରଘୁନାଥପୁର ବଜାରର ଦୂରତା ୩୦ କିଲୋମିଟର ଥିବା ବେଳେ ପ୍ରତି ଦିନ ବହୁ ସଂଖ୍ୟାରେ ଯାତ୍ରୀ କଟକ ଯାଆନ୍ତି । ରଘୁନାଥପୁର ବଜାର ନିକଟରେ ବ୍ଲକ୍ କାର୍ଯ୍ୟାଳୟ, ଥାନା, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ତହସିଲ, ସବ ରେଜିଷ୍ଟର ଅଫିସ୍, କୃଷି କାର୍ଯ୍ୟାଳୟ ଭଳି ଅନେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଅଛି । ବଜାରରେ ଏକାଧିକ ସରକାରୀ ବେସରକାରୀ ବ୍ୟାଙ୍କ୍ ମଧ୍ୟ ରହିଛି। । ଏହି ଅଞ୍ଚଳରୁ ଶତାଧିକ କର୍ମଚାରୀ ରଘୁନାଥପୁର ଅଞ୍ଚଳକୁ ବସ ଏବଂ ମ୍ୟାଜିକ ଗାଡ଼ି ସାହାଯ୍ୟରେ କଟକ ଯା ଆସ କରନ୍ତି। । ପ୍ରତି ୪୫ ମିନିଟରେ ଚାଲୁଥିବା ମୋ ବସ କଟକରୁ ଗଡମା ବଜାର ଆସି ଅଟକି ଯାଉଛି । ରଘୁନାଥପୁର ବଜାର ପର୍ଯ୍ୟନ୍ତ ନ ଆସିବାରୁ ଯାତ୍ରୀମାନେ ଏହି ସେବାରୁ ବଞ୍ଚିତ ରହୁଛନ୍ତି। । ଗଡମା ବଜାରରୁ ରଘୁନାଥପୁର ବଜାରର ଦୂରତା ମାତ୍ର ୫କିଲୋମିଟର ଭିତରେ ଥିବା ବେଳେ, ମୋ ବସ ଗାଡ଼ି ସେବେ ଆରମ୍ଭ କରିବାକୁ ରଘୁନାଥପୁର ଅଞ୍ଚଳ ବାସୀ ଦାବି କରିଛନ୍ତି। ।