ପୁଲଓ୍ଵାମାରେ ସୁରକ୍ଷାବଳ ଉପରେ ଆକ୍ରମଣ, ଫୁଟିଲା ନାହିଁ ଗ୍ରେନେଡ
Khabar Odisha:national-odisha-kashmir-attack-on-security-forces-in-pulwama-grenade-did-not-explode
ଶ୍ରୀନଗର, ଅକ୍ଟୋବର୧୫(ଖବର ଓଡ଼ିଶା):

 ଦକ୍ଷିଣୀ  କାଶ୍ମୀରରେ ଆତଙ୍କବାଦୀ ମଙ୍ଗଳବାର କ୍ରମାଗତ ଦ୍ଵିତୀୟ ଦିନ ଆକ୍ରମଣ  କରିଛନ୍ତି। ସୋମବାର ସୋପିଆନରେ ସେଓରେ ଭର୍ତ୍ତି ଏକ ଟ୍ରକ ଚାଳକଙ୍କୁ ହତ୍ୟା କରିବା ପରେ ମଙ୍ଗଳବାର ସନ୍ଧ୍ୟାରେ ପୁଲଓ୍ଵାମା ଛକରେ ସୁରକ୍ଷାବଳଙ୍କୁ ନିଶାଣ କରି ଗ୍ରେନେଡ ଆକ୍ରମଣ କରିଛନ୍ତି। କିନ୍ତୁ ଗ୍ରେନେଡ ସଡ଼କରେ ପଡ଼ିଥିଲେ ବି ଫୁଟି ନାହିଁ। ଏହି ଘଟଣାରେ କାହାରି କ୍ଷତି ଘଟିନଥିବା ସୂଚନା ମିଳିଛି। ସୁରକ୍ଷାବଳ ପୂରା ଇଲାକାକୁ ଘେରି ସର୍ଚ୍ଚ ଅପରେସନ ଜୋରଦାର କରିଛନ୍ତି।

ଏହା ମଧ୍ୟରେ ସୋପିଆନରେ ଟ୍ରକ ଚାଳକଙ୍କ ହତ୍ୟା ପରେ ପୋଲିସ ୧୫ ସନ୍ଦିଗ୍ଧଙ୍କୁ ଜେରା ପାଇଁ ଅଟକ ରଖିଛି। ପ୍ରାରମ୍ଭିକ ତଦନ୍ତରୁ ପୋଲିସକୁ ଜାଣିବାକୁ ମିଳିଛି ଯେ, ଏହି ଘଟଣାରେ ୪ ଆତଙ୍କବାଦୀ ସାମିଲ ଥିଲେ, ସେମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ବୋଲି ସନ୍ଦେହ କରାଯାଉଛି। ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣ ଆତଙ୍କବାଦୀ ଟ୍ରକ ପଛରେ ଏବଂ ଅନ୍ୟ ଦୁଇ ଜଣ ଟ୍ରକ ଆଗରେ ଥିଲେ। 

ଘଟଣାରେ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର  ହାତ ଥିବା କୁହାଯାଉଛି। ବ୍ୟବଚ୍ଛେଦ ପରେ ଟ୍ରକ ଚାଳକଙ୍କ ଶବ ରାଜସ୍ଥାନ ପଠାଇ ଦିଆଯାଇଛି। ଆତଙ୍କବାଦୀମାନେ ସୋପିଆନ ଜିଲ୍ଲାର ସିନ୍ଧୁ ସରମାଲ ଇଲାକାରେ ଟ୍ରକ ଚାଳକଙ୍କୁ ଗୁଳି କରି ହତ୍ୟା କରିବା ପରେ ଟ୍ରକରେ ନିଆଁ ଲଗାଇ ଦେଇଥିଲେ।

Subscribe

National International State Sports Entertainment