ଟ୍ରାଫିକ୍ ନିୟମ କୋହଳ କଲା ଗୁଜୁରାଟ, ଗଡକରୀ କହିଲେ- ଏଭଳି କରିପାରିବେନି କୌଣସୀ ରାଜ୍ୟ
Khabar Odisha:national-odisha-gujarat-cuts-half-of-the-traffic-fine-central-govt-says-state-can-not-do-this
ଗାନ୍ଧୀନଗର, ସେପ୍ଟେମ୍ବର ୧୧ (ଖବର ଓଡିଶା) :

ସମୂର୍ଣ୍ଣ ଦେଶରେ ନୂଆ ମୋଟୋର ଯାନ ଆଇନ ଲାଗୁ ହେବା ପରେ ସାଧାରଣ ଜନତା ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇ ଉଠିଛନ୍ତି। ବହୁ ଲୋକ ଏହାର ପ୍ରତିବାଦ ମଧ୍ୟ କରୁଥିବା ଦେଖାଯାଇଛି। ତେଣୁ କିଛି ରାଜ୍ୟ ଟ୍ରାଫିକ୍ ନିୟମରେ କିଛି ପରିବର୍ତ୍ତନ ଆଣି ନିୟମକୁ ଆଉ ଟିକେ କୋହଳ କରିବା ପାଇଁ ଯୋଜନା କରୁଛନ୍ତି। ଏହି ମଧ୍ୟରେ ଗୁଜୁରାଟର ସରକାର ବିଜୟ ରୂପାଣିଙ୍କ ସରକାର ଜରିମାନା ହ୍ରାସ କରିଛନ୍ତି। ଫଳରେ ଏନେଇ ପରିବହନ ମନ୍ତ୍ରୀ ନିତିନ ଗଡକରୀ ପ୍ରତିକ୍ରିୟା ରଖିଛନ୍ତି। ଗଡକରୀ କହିଛନ୍ତି କି, ମୋଟୋର ସଂଶୋଧନ ବିଲରେ କୌଣସୀ ରାଜ୍ୟ ପରିବର୍ତ୍ତନ ଆଣି ପାରିବ ନାହିଁ। 

ଗଡକରୀ କହିଛନ୍ତି କି, ମୁଁ ବହୁ ରାଜ୍ୟ ସହ ଏହି ବିଷୟରେ ଚର୍ଚ୍ଚା କରିଛି। କିନ୍ତୁ କୌଣସୀ ରାଜ୍ୟ ଏହି ଆକ୍ଟ ଲାଗୁ କରିବ ନାହିଁ ବୋଲି ମନା କରି ନାହିଁ। କୌଣସୀ ରାଜ୍ୟ ଏହି ନିୟମରୁ ବର୍ତ୍ତି ପାରିବ ନାହିଁ। ତେବେ ଗଡକରୀ ଏହା ପୂର୍ବରୁ ବହୁଥର ଟ୍ରାଫିକ୍ ଫାଇନ ବଢିବାକୁ ନେଇ ସମର୍ଥନ କରି ଆସିଛନ୍ତି। ସେ କହିଥିଲେ କି, ସରକାର ଭାରି ଜରିମାନା ଆଦାୟ କରି ନିଜ ପକେଟ ଫୁଲ କରିବାକୁ ଚାହୁଁ ନାହାଁନ୍ତି ବରଂ ଟ୍ରାଫିକ ନିୟମ ଅନୁସରଣ କରିବା ପାଇଁ କରିଛନ୍ତି। ଏହାର ଲକ୍ଷ୍ୟ ହେଉଛି ସଡକକୁ ସୁରକ୍ଷିତ କରିବା। ସେ ପୁଣି କହିଥିଲେ କି, ଥରେ ଓଭର ସ୍ପିଡିଙ୍ଗରେ ତାଙ୍କ ନିଜ ଗାଡିର ମଧ୍ୟ ସେ ଚାଲାଣ କାଟିଛନ୍ତି। 

ଗତକାଲି ଜରିମାନା କୋହଳ କରିବା ପାଇଁ ଗୁଜୁରାଟ ସରକାର ଘୋଷଣା କରିଥିଲେ। ସରକାର ବିଶେଷ କରି ଦୁଇ ଚକିଆ ଯାନ ଏବଂ ଚାଷ କାର‌୍ୟ୍ୟରେ ନିୟୋଜିତ ଥିବା ଯାନ ଗୁଡିକରେ ଜରିମାନା କୋହଳ କରିବା ପାଇଁ କହିଥିଲେ। ନୂଆ ନିୟମ ମୁତାବକ ବିନା ହେଲମେଟରେ ୧୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା କରିଛନ୍ତି। ଏହା ସହ ସିଟ ବେଲ୍ଟ ନଥିଲେ ୧୦୦୦ରୁ ଅଧିକ ଜରିମାନା ବଦଳରେ ୫୦୦ କରାଯାଇଛି। ଡ୍ରାଇଭିଙ୍ଗ୍ ଲାଇସେନ୍ସ ନଥିଲେ ୫୦୦୦ ଜରିମାନା ବ୍ୟବସ୍ଥା ରହିଥିବା ବେଳେ ଗୁଜୁରାଟ ସରକାର ଏହାକୁ ହ୍ରାସ କରି ଦୁଇ ଚକିଆ ଯାନ ପାଇଁ ୨୦୦୦ଟଙ୍କା ଏବଂ ଚାରି ଚକିଆ ପାଇଁ ୩୦୦୦ଟଙ୍କା ଜରିମାନା ବ୍ୟବସ୍ଥା ଧାର୍ଯ୍ୟ କରିଛନ୍ତି।

Subscribe

National International State Sports Entertainment