ପୁଣି ହଲଚଲ ବାଲାକୋଟ, ଏୟାରଷ୍ଟ୍ରାଇକ ଠାରୁ ବଳି ପଦକ୍ଷେପ ନେଇ ପାରୁ : ଜେନେରାଲ ବିପିନ ରାୱତ
Khabar Odisha:national-odisha-army-chief-general-bipin-rawat-says-islam-is-being-misused-balakot-terrorist-camp-reactivated
ଚେନ୍ନାଇ, ସେପ୍ଟେମ୍ବର ୨୩ (ଖବର ଓଡିଶା) :

 ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିବ୍ରତ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସ୍ତରରୁ ନିରାଶ ହୋଇ ଫେରୁଛି। ଯାହା ଫଳରେ ସେ ସୀମାରେ ଆତଙ୍କୀ କାର୍ଯ୍ୟକଳାପ ଘଟାଇବା ପାଇଁ ଏବେ ବୃଥା ପ୍ରୟାସ କରୁଛି। ଭାରତ ପାକିସ୍ତାନର ବାଲାକୋଟ ସ୍ଥିତ ଆତଙ୍କୀ ଶିବିର ଉପରେ ଆକ୍ରମଣ କରିବା ପରେ ଏବେ ପୁଣି ଥରେ ସେଠାରେ ଆତଙ୍କବାଦୀ ସକ୍ରିୟ ହୋଇ ଉଠିଥିବା ସୂଚନା ମିଳିଛି। ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ ଏନେଇ ଗଣମାଧ୍ୟମରେ ସୂଚନା ଦେବା ସହ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି।  

ବାଲାକୋଟରେ ଆତଙ୍କବାଦୀ ଶିବିର ପୁଣି ଥରେ ସକ୍ରିୟ ହୋଇ ଉଠିଛି। ପ୍ରାୟ ୫୦୦ ଜଣ ଆତଙ୍କୀ ଜାମ୍ମୁ କାଶ୍ମୀରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେନା ସୀମାରେ ସକ୍ରିୟ ଅଛି। ଇସଲାମର ସେମାନେ ଭୁଲ ପ୍ରୟୋଗ କରୁଛନ୍ତି। ଧର୍ମଗୁରୁମାନଙ୍କୁ ଇସଲାମର ପ୍ରକୃତ ଅର୍ଥ ବୁଝାଇବା ଉଚିତ୍ ବୋଲି ସେନା ପ୍ରମୁଖ ଜେନେରାଲ ବିପିନ ରାୱତ କହିଛନ୍ତି। ଏହା ସହ ସେ ବାଲାକୋଟ ଠାରୁ ଆହୁରି ଆଗକୁ ଯାଇ ପଦକ୍ଷେପ ନେଇ ପାରନ୍ତି ବୋଲି ପାକିସ୍ତାନକୁ କଡା ଚେତାବନୀ ମଧ୍ୟ ଦେଇଛନ୍ତି। 

ଜେନେରାଲ ରାୱତ କହିଛନ୍ତି କି, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତକୁ ଆତଙ୍କୀ ପଠାଇବ ବୋଲି ପାକିସ୍ତାନ ସିଧା ସଳଖ ଭାବେ କହିଛି। ଏଥିପାଇଁ ବହୁଥର ଅସ୍ତ୍ରବିରତି ମଧ୍ୟ ଉଲ୍ଲଙ୍ଘନ କରୁଛି। କିନ୍ତୁ ପାକିସ୍ତାନର ଏଭଳି ବୃଥା ଚେଷ୍ଟା ପଣ୍ଡ ହେବାପରେ ସେ ଜାମ୍ମୁ କାଶ୍ମୀରର ସାଧାରଣ ଲୋକଙ୍କ ଉପରେ ଗୁଳି ବର୍ଷା କରିବା ଆରମ୍ଭ କରି ଦେଉଛି। ତେଣୁ ଆମେ ବାଲାକୋଟ ଠାରୁ ଆଗକୁ ଯାଇ ପଦକ୍ଷେପ ନେଇ ପାରିବୁ। 

ଜାମ୍ମୁ କାଶ୍ମୀରରେ ଏବେ ସ୍ଥିତି ନିୟନ୍ତ୍ରିତ

ଜାମ୍ମୁ କାଶ୍ମୀରକୁ ନେଇ ଜେନେରାଲ ରାୱତ କହିଛନ୍ତି କି, ସେଠାରେ ଏବେ କୌଣସୀ ପ୍ରକାରର ପ୍ରତିବନ୍ଧକ ନାହିଁ। ଲୋକମାନେ ଦୈନନ୍ଦିନ ଜୀବନ ଭଲ ଭାବରେ ଅତିବାହିତ କରୁଛନ୍ତି। ଜାମ୍ମୁ କାଶ୍ମୀରର ଲୋକମାନଙ୍କ ଦ୍ଵାରା ଉତ୍ପାଦିତ ସେଓ ରାଜ୍ୟ ବାହାରକୁ ରପ୍ତାନୀ କରିବାକୁ ସେନା ସେମାନଙ୍କୁ ସାହାଯ୍ୟ କରୁଛି। କିଛି ଦୋକାନ ଆଗପଟୁ ବନ୍ଦ ଅଛି କିନ୍ତୁ ପଛ ଦ୍ଵାର ପଟୁ ସେମାନେ ବ୍ୟବସାୟ କରୁଛନ୍ତି। ଘାଟିରେ ଥିବା ଆତଙ୍କବାଦୀଙ୍କ ସହ ସେମାନଙ୍କର ମାଲିକଙ୍କ ସମ୍ପର୍କ ଛିନ୍ନ ହୋଇଛି।

Subscribe

National International State Sports Entertainment