ସିରିଆରେ ତୁର୍କୀର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଉପରେ ଚୀନ ଓ ପାକିସ୍ତାନ ସଂପର୍କରେ ଫାଟ
Khabar Odisha:international-odisha-china-pakistan-different-views-on-turkey-action-in-syria
ପେଇଚିଙ୍ଗ, ଅକ୍ଟୋବର୧୫(ଖବର ଓଡ଼ିଶା):

ଉତ୍ତର ସିରିଆରେ ତୁର୍କୀର ସୈନ୍ୟ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଚୀନ ଓ ପାକିସ୍ତାନ ମଧ୍ୟରେ ମତଭେଦ ଏବେ ସାମ୍ନାକୁ ଆସିଛି। ଗୋଟିଏ ପଟେ ଚୀନ ତୁର୍କୀ ସେନା ଅଙ୍କାରାକୁ ସିରିଆର କୁର୍ଦ୍ଦିଶ ବଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ କହିଥିବା ବେଳେ ଅନ୍ୟପଟେ ପାକିସ୍ତାନ ଏହାକୁ ସମର୍ଥନ କରିଛି। ତୁର୍କୀ ଗତ ସପ୍ତାହରେ ସିରିଆର କୁର୍ଦ୍ଦିଶ ପିପୁଲ୍ସ ପ୍ରୋଟେକ୍ସନ ୟୁନିଟ୍ ବିରୋଧରେ ଆକ୍ରମଣ ଆରମ୍ଭ କରିଥିଲା। ତୁର୍କୀ ନିଜ ମାଟିରେ କୁର୍ଦ୍ଦିଶ ଉଗ୍ରବାଦୀକୁ ଆତଙ୍କବାଦର ଶାଖା ମାନିଥାଏ।

ଚୀନ ମଙ୍ଗଳବାର ତୁର୍କୀକୁ ସୈନ୍ୟ କାର୍ୟ୍ୟା ନୁଷ୍ଠାନ ବନ୍ଦ କରିବାକୁ ଆହ୍ଵାନ କରି କହିଛି ଯେ, ଏମିତି  ହେଲେ ଆଇଏସ ଆତଙ୍କବାଦୀ ଖସିବାରେ ସଫଳ ହେବେ ଏବଂ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ବିରୋଧି ପ୍ରୟାସକୁ ଝଟକା ଲାଗିପାରେ। ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗେଙ୍ଗ ସୁଆଙ୍ଗ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସିରିଆର ସାର୍ବଭୌମତା ଏବଂ ସ୍ଵାଧୀନତା, ଏକତା ଓ କ୍ଷେତ୍ରୀୟ ଅଖଣ୍ଡତାକୁ ରକ୍ଷା କରାଯିବା ଉଚିତ୍। ଆମେ ତୁର୍କୀକୁ ସୈନ୍ୟ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ଓ କୂଟନୈତିକ ସମାଧାନର ମାର୍ଗକୁ ଫେରିବାକୁ ଅପିଲ କରୁଛୁ। 

ଅନ୍ୟପଟେ ପାକିସ୍ତାନ ସିରିଆରେ କୁର୍ଦ୍ଦିଶ ବଳ ଉପରେ ହେଉଥିବା ତୁର୍କୀର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛି। ତୁର୍କୀର ରାଷ୍ଟ୍ରପତି ରଜବ ତୈଇବ ଏର୍ଦୋଆନ ଆସନ୍ତା ମାସରେ ଇସଲାମାବାଦ ଗସ୍ତରେ ଆସି ପାରନ୍ତି। 

ତୁର୍କୀର ସୈନ୍ୟ କାର୍ଯ୍ୟାନୁଷ୍ଠାନ ମାମଲାରେ ଚୀନର ଆଭିମୁଖ୍ୟ ଭାରତ ସହ ସମାନ ରହିଛି। ଭାରତ ଗତ ସପ୍ତାହରେ ଉତ୍ତର ସିରିଆରେ ତୁର୍କୀର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଉପରେ ଚିନ୍ତା ବ୍ୟକ୍ତି କରି ଏହାକୁ ଏକତରଫା ପଦକ୍ଷେପ ଦର୍ଶାଇଥିଲା।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସିରିଆ ଉପରେ ଏହି ଧରଣର ଡଦକ୍ଷେପ ନେଇ ତୁର୍କୀକୁ କଡ଼ା ଚେତାବନୀ ଦେଇଛନ୍ତି। ଏହା ସହିତ ତୁର୍କୀ ଅଧିକାରୀଙ୍କ ବିରୋଧରେ ନୂତନ ନିଷେଧାଦେଶ ଘୋଷଣା କରିଛନ୍ତି। ଏହା ବ୍ୟତୀତ ତୁର୍କୀ ଯଦି ଏଥିରୁ ନିବୃତ୍ତ ନରୁହେ ତେବେ ତାର ଅର୍ଥବ୍ୟବସ୍ଥାକୁ ବର୍ବାଦ କରି ଦିଆଯିବ ବୋଲ ଟ୍ରମ୍ପ କହିଛନ୍ତି।

Subscribe

National International State Sports Entertainment