ଗଞ୍ଜାମ ଜିଲ୍ଲାରେ ଆଂଶିକ ସଟ୍ ଡାଉନ୍‌
Khabar Odisha:ganjam-shut-down-for-19-hours-daily
ଭୁବନେଶ୍ୱର, ଏପ୍ରିଲ ୦୫ (ଖବର ଓଡ଼ିଶା):

ଆଜି ମଧ୍ୟାହ୍ନରୁ ଗଂଜାମ ଜିଲ୍ଲା ହେବ ଆାଂଶିକ ସଟ୍ ଡାଉନ୍ । ଏଣିକି ଘରୁ ବାହାରିବା ଉପରେ ଲାଗିଲା କଟକଣା । ପ୍ରତିଦିନ ୧୨ଟାରୁ ପରଦିନ ସକାଳ ୭ଟା ଯାଏଁ ସଟ୍ ଡାଉନ୍ । କେବଳ ୫ ଘଣ୍ଟା  ଖୋଲା ରହିବ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ।
ଗଞ୍ଜାମ ଜିଲ୍ଲାରେ ଆଂଶିକ ସଟ୍ ଡାଉନ୍ । ଅଫିସ, ଦୋକାନ, ବଜାର, ହାଟ ସବୁଥିରେ ପଡିବ ତାଲା । ନିର୍ଦ୍ଦିଷ୍ଟ ଔଷଧ ଦୋକାନକୁ ଛାଡିଦେଲେ, ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡିକୁ ବି ବନ୍ଦ କରି ଦିଆଯାଇଛି । ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହାକୁ କୋହଳ କରାଯିବ । ଲୋକେ ପାଦରେ ଚାଲି ଅତ୍ୟାବଶ୍ୟକ ସମାଗ୍ରୀ କିଣି ପାରିବେ । କୌଣସି ପରିସ୍ଥିତିରେ ମୋଟର ସାଇକେଲ ଚାଲିବାକୁ ଦିଆଯିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଗଂଜାମ ଜିଲ୍ଲାପାଳ । ଲକ୍ ଡାଉନ୍ ବେଳେ ସାରା ରାଜ୍ୟରେ ଗ୍ରୋସରୀ ଓ ପନିପରିବା ତଥା ଫଳମୂଳ ବିକ୍ରି କରୁଥିବା ଦୋକାନ ଖୋଲା ରହୁଛି। ସେହିପରି ମାଛ, ମାଂସ, ଅଣ୍ଡା ଓ ଦୁଗ୍ଧ ବିକ୍ରି କରୁଥିବା ଦୋକାନଗୁଡ଼ିକୁ ମଧ୍ୟ ଲକ୍ ଡାଉନରୁ ବାଦ୍ ଦିଆଯାଇଛି। କିଛି ନିୟମ ଲାଗୁ କରି ସେଗୁଡ଼ିକୁ ଖୋଲା ରଖାଯାଇଥିଲା। ତେବେ ଗଞ୍ଜାମ ଜିଲ୍ଲାରେ ଏହି ନିୟମକୁ ଖାତିର କରୁନାହାଁନ୍ତି ଲୋକେ । ପ୍ରଶାସନର ତାଗିଦ ସତ୍ୱେ ଦିନ ରାତି ପରିବା, ଔଷଧ କିଣିବା ବାହାନା ଦେଖାଇ କିମ୍ବା ଗ୍ରୋସରୀ ଆବଶ୍ୟକ କହି ଲୋକେ ବାହାରେ ବୁଲୁଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଆଉ ଟିକେ କଠୋର ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ରାପଡ଼ା ସହରରେ ଆଜିଠାରୁ କେବଳ ୫ ଘଣ୍ଟା ପାଇଁ ଏହି ସବୁ ଦୋକାନ ଖୋଲା ରହିବ। ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଏଗୁଡ଼ିକ ‌ଖୋଲା ରହିବ। ଏହି ସମୟ ମଧ୍ୟରେ ଲୋକେ ଆବଶ୍ୟକୀୟ ଜିନିଷ କିଣିପାରିବେ। ପୂର୍ବଭଳି ଆଉ ଦିନ ସାରା ଦୋକାନ ଖୋଲା ରହିବ ନାହିଁ। ତେବେ ଏହି ନୂଆ କଟକଣାରୁ ଔଷଧ ଦୋକାନଗୁଡ଼ିକୁ ବାଦ୍ ଦିଆଯାଇଛି।
ସାମାଜିକ ଦୂରତାକୁ ଦୃଷ୍ଟିରେ ରଖାଯିବ । ସରକାରୀ ଓ ଘରୋଇ ଡାକ୍ତରଖାନାର ଓପିଡି ବନ୍ଦ ରହିବ । କରୋନା ଚିକିତ୍ସା ପାଇଁ ସବୁ ଡାକ୍ତରଖାନା ସଜାଗ ରହିବ, କେବଳ ଜରୁରୀ ଚିକିତ୍ସା ଚାଲିବ । ଯେଉଁମାନେ ଏହି ନିୟମକୁ ଉଲଂଘନ କରିବେ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନକୁ ପଠାଇ ଦିଆଯିବ ।

  • Tags:

Subscribe

National International State Sports Entertainment