ଗତ 24 ଘଣ୍ଟାରେ ଦେଶରେ 14 ହଜାର 545 ଜଣ କରୋନା ଆକ୍ରାନ୍ତ ଚିହ୍ନଟ
Khabar Odisha:corona-positive-in-India-Today
ନୂଆଦିଲ୍ଲୀ, ଜାନୁଆରୀ 22 (ଖବର ଓଡିଶା) :

ଦେଶରେ କରୋନା ସଂକ୍ରମଣ ପ୍ରକୋପ କମୁଛି । ଦେଶରେ ଦୈନିକ ଆକ୍ରାନ୍ତ ଚିହ୍ନଟ ସଂଖ୍ୟାରେ ହ୍ରାସ ଘଟୁଛି  ।  ଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନାରେ  14 ହଜାର 545 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।  ଏହି 24 ଘଣ୍ଟା ସମୟ ମଧ୍ୟରେ 163 ଜଣଙ୍କର ମୃତ୍ୟୁ ଘଟିଛି  । ଦେଶରେ ସଂକ୍ରମିତ କରୋନା ସଂଖ୍ୟା 1 କୋଟି 06 ଲକ୍ଷ ଅତିକ୍ରମ ହୋଇଛି  ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ଗତ 24 ଘଣ୍ଟା ମଧ୍ୟରେ 14 ହଜାର 545 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଏଯାଏଁ ଦେଶରେ ମୋଟ ଆକ୍ରାନ୍ତ ଚିହ୍ନଟ ସଂଖ୍ୟା 1,06,25,428 ଛୁଇଁଛି  । ସକ୍ରିୟ ରୋଗୀଙ୍କ ସଂଖ୍ୟା 1, 88, 688 ଛୁଇଁଛି   ଦେଶରେ ଗତ 24 ଘଣ୍ଟା ମଧ୍ୟରେ, 18,002 ରୋଗୀ କରୋନାକୁ ପରାସ୍ତ କରି ଚିକିତ୍ସା ପରେ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । ଏହିପରି, କରୋନା ସଂକ୍ରମଣମୁକ୍ତ ସୁସ୍ଥଙ୍କ ସଂଖ୍ୟା ଦେଶରେ 1,02, 83,708 କୁ ବୃଦ୍ଧି ପାଇଛି   24 ଘଣ୍ଟା ସମୟ ମଧ୍ୟରେ 163 ଜଣଙ୍କର ମୃତ୍ୟୁ ଘଟିଛି । ଏହି କରୋନା ଯୋଗୁଁ ମୋଟ  1,53,032  ଲୋକ ପ୍ରାଣ ହରାଇଛନ୍ତି 

 

  • Tags:

Subscribe

National International State Sports Entertainment