ନୂଆଦିଲ୍ଲୀ: ଗ୍ଲାସଗୋ ଗୁରୁବାର ରାଜ୍ୟଗୋଷ୍ଠୀ ଗେମ୍ସ-୨୦୨୬କୁ ଭବ୍ୟ ସ୍ୱାଗତ କରିଛି । ଓଭିଓ ହାଇଡ୍ରୋରେ ଏକ ଭବ୍ୟ ଉଦ୍ଘାଟନୀ ଉତ୍ସବ ସହିତ ୨୦୨୬ ସଂସ୍କରଣର ଶୁଭାରମ୍ଭ ହୋଇଛି । ଏହି ସମାରୋହରେ ସ୍କଟଲାଣ୍ଡର ସମୃଦ୍ଧ ସାଂସ୍କୃତିକ ଏବଂ କ୍ରୀଡାର ଉତ୍କର୍ସତାର ମେଳ ଦେଖିବାକୁ ମିଳିଛି । ୧୧ ଦିବସୀୟ ଏହି କ୍ରୀଡ଼ା ସମାରୋହ ପାଇଁ ମଞ୍ଚ ପ୍ରସ୍ତୁତ ହୋଇଛି ।
ଅଲମ୍ପିକ ପଦକ ବିଜୟିନୀ ମୀରାବାଇ ଚାନୁ ଏବଂ ଲଭଲୀନା ବୋରଗୋହେନ ଧ୍ୱଜାବାହକ ଭାବେ ‘ପରେଡ ଅଫ୍ ନେସନ’ରେ ଭାରତୀୟ ଦଳର ଗର୍ବର ସହିତ ନେତୃତ୍ୱ ନେଇଛନ୍ତି । ତ୍ରିରଂଗା ଯେତେବେଳେ ଏରିନାରେ ପହଞ୍ଚି ଥିଲା । ଭୀଡ଼ ଭିତରେ ଥିବା ଦର୍ଶକମାନେ ଜୋରଦାର ସ୍ୱାଗତ କରିଥିଲେ । ୱେଟଲିଫ୍ଟିଙ୍ଗରେ ଟୋକିଓ ଅଲମ୍ପିକ ରୌପ୍ୟ ପଦକ ବିଜୟିନୀ ଧ୍ୱଜାବାହକ ହୋଇଥିଲେ । ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜୟିନୀ ବକ୍ସର ଲଭଲୀନା ରାଜ୍ୟଗୋଷ୍ଠୀ ବାଟନ ବହନ କରିଥିଲେ । ସେ ହେଉଛନ୍ତି ଭାରତ ପାଇଁ ଏକ ଆଶାର ପ୍ରତୀକ ।
ରାଜ୍ୟଗୋଷ୍ଠୀ ପରଂପରା ଅନୁସାରେ କିଙ୍ଗ ଚାର୍ଲ୍ସ ତୃତୀୟ ଔପଚାରିକ ଭାବେ ଖେଳ ଆରମ୍ଭ କରିଥିଲେ । ୨୦୧୪ ପରେ ଏହା ପ୍ରଥମ ଥର ଗ୍ଲାସଗୋରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ହୋଇଛି । ଉଦ୍ଘାଟନୀ ସମାରୋହ ରଂଗାରଂଗ ସହିତ ଆରମ୍ଭ ହୋଇଥିଲା, ଯେଉଁଥିରେ ସଂଗୀତ, ନୃତ୍ୟ ଏବଂ କାହାଣୀର ଝଲକ ଦେଖିବାକୁ ମିଳିଥିଲା ।