ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ, ୩ ଗରୁତର
Khabar Odisha:clash-in-Ganjam-3-injured

ଗଞ୍ଜାମ, ଅକ୍ଟୋବର ୧୭(ଖବର ଓଡ଼ିଶା): ଗଞ୍ଜାମରେ ପୁଣି ଦେଖିବାକୁ ମିଳିଛି ଗୋଷ୍ଠୀ ସଂଘର୍ଷ । ସାମାନ୍ୟ କଥା କଟାକଟିରୁ ଆରମ୍ଭ ହୋଇଥିଲା ବଚସା । ଏହାପରେ ବଚସା ଉଗ୍ର ରୂପ ନେଇ ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା।

ସୂଚନା ଅନୂସାରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବାଙ୍କୀ ବେହେରା ସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଏଥିରେ ଉଭୟ ଗୋଷ୍ଠୀର ୩ ଜଣ ଗୁରୁତର ଭାବରେ ଆହାତ ହୋଇଥିବା ଜଣାପଡିଛି ।

ସାହିର ବାବୁ ନାୟକଙ୍କ ସହିତ ଅଶୋକ ନାୟକଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ପରେ ମାରପିଟ ହୋଇଥିଲା । ସେଥିରେ ଅଶୋକ ଆହାତ ହୋଇଥିଲେ କିନ୍ତୁ ପରେ ଘଟଣାକୁ କେନ୍ଦ୍ରକରି ଅଶୋକ କିଛି ଯୁବକଙ୍କ ସହିତ ମିଶି ବାବୁ ନାୟକ ଓ ତାଙ୍କ ବଡ ପୁଅ ଶିବ ନାୟକଙ୍କ ଉପରକୁ ମରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । 

ଯାହାଫଳରେ ଉଭୟ ଗୋଷ୍ଠୀରୁ ୩ ଜଣ ଆହାତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ କବିସୂର୍ଯ୍ୟନଗର ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

  • Tags:

Subscribe

National International State Sports Entertainment