ଖୁସିର ଖବର ! ପାର୍ବଣ ଋତୁରେ ସରକାରୀ ବ୍ୟାଙ୍କ ଶସ୍ତା କଲେ ଋଣ ହାର
Khabar Odisha:business-odisha-half-a-dozen-public-sector-banks-reduced-interest-on-loans-by-quarter-percent
ନୂଆଦିଲ୍ଲୀ,ଅକ୍ଟୋବର୧୦(ଖବର ଓଡ଼ିଶା):

 ପାର୍ବଣ ଋତୁରେ ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ବଡ଼ ଉପହାର ଦେଇଛନ୍ତି। ପ୍ରାୟ ୬ ସରକାରୀ ବ୍ୟାଙ୍କ ଋଣ ଉପରେ ସୁଧ ହାର ୦.୨୫ ପ୍ରତିଶତ କମ କରିଛନ୍ତି। ଏହି ବ୍ୟାଙ୍କରେ ବ୍ୟାଙ୍କ ଅଫ ଇଣ୍ଡିଆ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ବ୍ୟାଙ୍କ ଅଫ ମହାରାଷ୍ଟ୍ର ସାମିଲ। ରିଜର୍ଭ ବ୍ୟାଙ୍କ ଦ୍ଵାରା ରେପୋ ରେଟ୍ .୨୫ ପ୍ରତିଶତ ହ୍ରାସ ପରେ ବ୍ୟାଙ୍କଗୁଡ଼ିକ ଏବେ ଋଣ ଉପରେ ସୁଧ ହାର କମ କରିଛନ୍ତି। ବ୍ୟାଙ୍କର ଏହି ପଦକ୍ଷେପରେ ଗୃହ, ଗାଡ଼ି ଓ ଅନ୍ୟ ଋଣ ଶସ୍ତା ହୋଇଯିବ।

ଇଣ୍ଡିଆ ଓଭରସିଜ୍ ବ୍ୟାଙ୍କ(ଆଇଓବି) ଗୁରୁବାର ନଭେମ୍ବର ୧ରୁ ଖୁଚୁରା ଓ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ବ୍ୟବସାୟୀଙ୍କ ପାଇଁ ଋଣରେ ସୁଧ ହାର ୦.୨୫ ପ୍ରତିଶତ ହ୍ରାସ କରିଛି। ଆଇଓବି ନିଜ ବୟାନରେ କହିଛି ଯେ, ନଭେମ୍ବର ୧ରୁ ଗୃହ,ବାହାନ, ଶିକ୍ଷା, ସୂକ୍ଷ୍ମ, ଲଘୁ ଓ ମଧ୍ୟମ ବର୍ଗ ପାଇଁ ଋଣ ଉପରେ ସୁଧ  ହାର ୦.୨୫ ପ୍ରତିଶତ ହ୍ରାସ କରାଯାଇଛି। ଅନ୍ୟପଟେ ରେପୋ ରେଟ୍ ସମ୍ବନ୍ଧିତ ଋଣକୁ ମଧ୍ୟ ୮.୨୫ ପ୍ରତିଶତରୁ ହ୍ରାସ କରି ୮ ପ୍ରତିଶତ କରାଯାଇଛି।

ଏହି ପରି ବ୍ୟାଙ୍କ ଅଫ ଇଣ୍ଡିଆ ଗୋଟିଏ ଦିନର ଋଣ ଉପରେ କୋଷର ସୀମାନ୍ତ ଖର୍ଚ୍ଚ ଆଧାରିତ ଋଣ(ଏମସିଏଲଆର)କୁ ୦.୧୫ ପ୍ରତିଶତ ହ୍ରାସ କରିଛନ୍ତି। ଗୋଟିଏ ବର୍ଷରେ ଋଣ ଉପରେ ଏମସିଏଲଆରରେ ୦.୦୫ ପ୍ରତିଶତ ହ୍ରାସ କରାଯାଇଛି। ଏମସିଏଲଆର ଉପରେ ଏହି ହ୍ରାସ ଅକ୍ଟୋବର ୧୦ରୁ ଲାଗୁ ହେବ। 

ସେହିପରି ବ୍ୟାଙ୍କ ଅଫ ମହାରାଷ୍ଟ୍ର ବିଭିନ୍ନ ପରିପକ୍ଵ ଋଣ ଉପରେ ଏମସିଏଲଆରରେ ୦.୧୦ ପ୍ରତିଶତ ହ୍ରାସ କରିଛି। ସୀମାନ୍ତ ଖର୍ଚ୍ଚ ଆଧାରିତ ଋଣ ହାର ଏବେ ୮.୪୦ ପ୍ରତିଶତ ରହିବ। ଏହା ଅକ୍ଟୋବର ୮ରୁ  ଲାଗୁ ହୋଇ ଯାଇଛି। ଗୋଟିଏ ଦିନରୁ ନେଇ ଛଅ ମାସ ପର୍ଯ୍ୟନ୍ତ ଋଣ ଉପରେ ଏମସିଏଲଆରକୁ ୦.୧୦ ପ୍ରତିଶତ ହ୍ରାସ କରାଯାଇଛି। 

ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଗୋଟିଏ ବର୍ଷର ଋଣ ପାଇଁ ଏମସିଏଲଆରକୁ ୮.୪୦ ପ୍ରତିଶତରୁ ହ୍ରାସ କରି ୮.୩୫ ପ୍ରତିଶତ କରିଛି। ନୂତନ ଦର ଅକ୍ଟୋବର ୧୦ରୁ ଲାଗୁ ହେବ।

Subscribe

National International State Sports Entertainment