ୱାଶିଂଟନ: ଆମେରିକାରେ ସାମାଜିଗ ଗଣମାଧ୍ୟମ ୟୁଟ୍ୟୁବ୍ ଡାଉନ୍ ହୋଇଛି, ଯାହା ଫଳରେ ହଜାର ହଜାର ଉପଭୋକ୍ତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଡାଉନଡିଟେକ୍ଟର ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଆମେରିକାରେ ୩,୨୦,୦୦୦ରୁ ଅଧିକ ଉପଭୋକ୍ତାଙ୍କ ପାଇଁ ଆଲଫାବେଟ୍ ମାଲିକାନାଧୀନ ୟୁଟ୍ୟୁବ୍ ଡାଉନ୍ ଥିଲା।
ଡାଉନଡିଟେକ୍ଟର ଅନୁଯାୟୀ ବୁଧବାର ସନ୍ଧ୍ୟାରେ ଯୁକ୍ତରାଷ୍ଟ୍ରରେ ୩,୨୦,୦୦୦୦ରୁ ଅଧିକ ଉପଭୋକ୍ତାଙ୍କ ପାଇଁ ୟୁଟ୍ୟୁବ ବନ୍ଦ ଥିଲା।
ଡାଉନଡିଟେକ୍ଟର ଅନୁଯାୟୀ, ସ୍ଥାନୀୟ ସମୟ ସନ୍ଧ୍ୟା ୭ଟା ୪୭ ପର୍ଯ୍ୟନ୍ତ ୩,୨୧,୯୯୦ ଉପଭୋକ୍ତା ୟୁଟ୍ୟୁବ ସମ୍ବନ୍ଧୀୟ ସମସ୍ୟା ରିପୋର୍ଟ କରିଛନ୍ତି। ଡାଉନଡିଟେକ୍ଟର ବହୁ ଉତ୍ସରୁ ସ୍ଥିତି ରିପୋର୍ଟ ସଂଗ୍ରହ କରି outages ଉପରେ ନଜର ରଖିଛି।
ଡାଉନଟିଟେକ୍ଟରର ସଂଖ୍ୟା ବ୍ୟବହାରକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ଉପରେ ଆଧାରିତ। ପ୍ରଭାବିତ ଉପଭୋକ୍ତାଙ୍କ ପ୍ରକୃତ ସଂଖ୍ୟା ଭିନ୍ନ ହୋଇପାରେ।
ଅଧିକ ପଢ଼ନ୍ତୁ: ଆମେରିକାର ଶୁଳ୍କ ବୃଦ୍ଧି ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରିବ କି?