ବାଡମେର: ରାଜସ୍ଥାନର ଜୈସଲମେରରେ ଦିନକ ପୂର୍ବରୁ ଘଟିଥିବା ଯାତ୍ରୀବାହୀ ବସ୍ ଦୁର୍ଘଟଣାକୁ ଦେଶବାସୀ ଭୁଲି ପାରି ନଥିବା ବେଳେ ବାଡ଼ମେରରୁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ବାଡ଼ମେରରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲୋତ୍ରାରେ ଏକ ଟ୍ରଲର ଏବଂ ଏକ ସ୍କୋର୍ପିଓ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଚାରିଜଣଙ୍କ ଜଳିଯାଇଛନ୍ତି। ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ଯୋଧପୁରକୁ ପଠାଯାଇଛି।
ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ସିନ୍ଧାରୀ (ବାଲୋତ୍ରା) ରୁ ଗୁଡ଼ାମାଲାନି (ବାଡ଼ମେର) ଯାତ୍ରା କରୁଥିଲେ। ସମସ୍ତେ ଗୁଡ଼ାମାଲାନିର ଦଭାଦର ବାସିନ୍ଦା ଥିଲେ।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ: ଜମ୍ମୁ କଶ୍ମୀରରେ ଆତଙ୍କବାଦ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ