ଆମ ଐତିହ୍ୟର ସୁରକ୍ଷା ଆମ ଦାୟିତ୍ୱ | ଆଉ ଏହି ଐତିହ୍ୟର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଯୁବପିଢ଼ି | ଆପଣ କେବେ ଖଣ୍ଡଗିରି,ଉଦୟଗିରି ଓ ଧଉଳି ଭଳି ସ୍ଥାନକୁ ବୁଲିବାକୁ ଯାଇଛନ୍ତି କି ! ଯଦି ଯାଇଥିବେ ତେବେ ସେଠାରେ ପଥର ଉପରେ କିଛି ସ୍ଥାନରେ ଦେଖିବାକୁ ପାଇବେ ଅନାବନା ହୋଇ ଲେଖାଯାଇଥିବା କେତେଜଣଙ୍କ ନାମ | କିଛି ପର୍ଯ୍ୟଟକ ଏହି ଐତିହାସିକ ସ୍ଥାନ ବୁଲିବାକୁ ଆସନ୍ତି ହେଲେ ସେହି ପଥର ଉପରେ ଅନାବନା କରି ନିଜ ନାମ ଲେଖି ଦିଅନ୍ତି ଯାହା ପଥର ରେ କଳଙ୍କ ବୋଳିଲା ଭଳି ଦେଖାଯାଏ | କେବଳ ଏତିକି ନୁହେଁ ତାହାକୁ ବିଭିନ୍ନ ରଙ୍ଗ ତୁଳିରେ ଲେଖି ବିକୃତ ମଧ୍ୟ କରିପକାନ୍ତି | କିଛି ଯୁବବର୍ଗ ମଧ୍ୟ ନିଜ ନାମ କୁ ସ୍ମୃତି କରି ରଖିବା ପାଇଁ ମଧ୍ୟ ଲେଖିଥାନ୍ତି | ଯାହା ଆମ ଐତିହ୍ୟ ର ଗୁରୁତ୍ୱ କୁ ନଷ୍ଟ କରେ | ନିଜ ଐତିହ୍ୟର ଏପରି କଳଙ୍କିତ ଛବି ଦେଖି ସତରେ ଭାରି କଷ୍ଟ ଲାଗେ | ଆଉ ଓଡିଶାର ଏହି ଐତିହାସିକ ସ୍ଥାନକୁ ପୁନଃସ୍ଥାପନ କରିବାରେ ସଦାସର୍ବଦା ତତ୍ପର ଥାଏ ସ୍ବେଛାସେବୀ ସଂସ୍ଥା "ୟୁଥ ଫର ସେବା" | ଏହି ପରିପ୍ରେକ୍ଷୀରେ ଜାତୀୟ ସ୍ତରର ଅନୁଷ୍ଠାନ 'ୟୁଥ ଫର ସେବା 'ର ସ୍ଵେଚ୍ଛାସେବୀ ମାନେ ଗତ 9 ତାରିଖ ରବିବାର ଦିନ 'ସ୍କ୍ରବ୍ ଇଟ' ନାମକ କାର୍ଯ୍ୟକ୍ରମ କରି ଖଣ୍ଡଗିରି,ଉଦୟଗିରି ଭଳି ଐତିହ ସ୍ଥାନ ମାନଙ୍କରେ ପଥରରେ ଲେଖାଯାଇଥିବା ନାମକୁ ଲିଭାଇଛନ୍ତି | ASIଙ୍କ ସହଯୋଗରେ 'ୟୁଥ ଫର ସେବା 'ର ସ୍ଵେଚ୍ଛାସେବୀ ମାନେ ଏହି କାର୍ଯ୍ୟକ୍ରମ 2017 ମସିହାରୁ କରିଆସୁଛନ୍ତି | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲେଖା ସବୁ ଲିଭାଇଭା ସହ ଆମ ଐତିହସ୍ଥଳର ଗୁରୁତ୍ୱ ବାବଦରେ ମଧ୍ୟ ପର୍ଯ୍ୟଟକଙ୍କୁ ବୁଝାଯାଇଥିଲା |