ଅସୁରକ୍ଷିତ ରାଜଧାନୀ, ପୂର୍ବ ଶତ୍ରୁତା ପାଇଁ ଯୁବକଙ୍କୁ ଛୁରାମାଡ଼ କଲେ ୨୫ରୁ ଅଧିକ ଦୁର୍ବୃତ୍ତ
Khabar Odisha:Unsafe-capital-25-stabbed-to-death-for-previous-hostilities
ଭୁବନେଶ୍ୱର ,ନଭେମ୍ବର 25(ଖବର ଓଡ଼ିଶା):

ଧିରେ ଧିରେ ଅସୁରକ୍ଷିତ ହୋଇପଡ଼ୁଛି ରାଜଧାନୀ ଭୁବନେଶ୍ୱର । ଦିନ ଦି’ ପହରରେ ଲୋକଙ୍କୁ ଆକ୍ରମଣ କରିବା ପାଇଁ ପଛାଉ ନାହାନ୍ତି ଦୁର୍ବୁତ୍ତ । ପୋଲିସ୍ ଆଖିରେ ଧୁଳି ଦେଇ ରକ୍ତ ଚରିତ୍ର କାର୍ଯ୍ୟ କରିଚାଲୁଛନ୍ତି ଗୁଣ୍ଡା,ଦଲାଲ୍ ଓ ଚୋର ମାନେ । ଆଜି ମଧ୍ୟ ସକାଳ ସମୟରେ  ଭୁବନେଶ୍ୱର ସାଇନ୍ସ ପାର୍କ ନିକଟରେ ଏପରି ଏକ ଘଟଣା ଘଟିଛି ।

ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି । ୨୫ରୁ ଅଧିକ ଯୁବକ ଘେରିଯାଇ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି । ଫଳରେ ଯୁବକ ଜଣକ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ନାଁ ଆଶିଷ କୁମାର ହୋଇଥିବା ଜଣାପଡ଼ିଛି । 

ପୋଲିସ ନିକଟରେ ଆଶିଷଙ୍କ ଦ୍ୱାରା ହୋଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି ଯେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୫ରୁ ଅଧିକ ଯୁବକ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ଆଶିଷ । ପରେ ଏହି ଘଟଣାରେ କିଏ କିଏ ସମ୍ପୃକ୍ତ ଅଛନ୍ତି ? କିଏ ଏହି ଘଟଣାର ମାଷ୍ଟର ମାଇଣ୍ଡ ? ଆକ୍ରମଣ ପଛର କାରଣ କଣ? ସବୁ ଗୁମର ଖୋଲିବା ପାଇଁ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

  • Tags:

Subscribe

National International State Sports Entertainment