ଭାରତକୁ ଅପରିଚ୍ଛନ୍ନ କହିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ସୋସିଆଲ ମିଡିଆରେ ୟୁଜର୍ସଙ୍କ କଡା ସମାଲୋଚନା
Khabar Odisha:US-President-Trump-Says-India-Unclean-Criticizes-Users-on-Social-Media
ନୂଆଦିଲ୍ଲୀ, ଅକ୍ଟୋବର ୨୪ (ଖବର ଓଡ଼ିଶା):

ନଭେମ୍ବର 3ରେ ଆମେରିକାରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଧାର୍ଯ୍ୟ ହୋଇଛି। ଶୁକ୍ରବାର ଦିନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବିଡେନଙ୍କ ମଧ୍ୟରେ ଶେଷ ବିତର୍କ ହୋଇଛି । ବିତର୍କରେ ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ଅପରିଚ୍ଛନ୍ନ (ଗନ୍ଦା) ବୋଲି କହିଥିଲେ। ସେହି ମନ୍ତବ୍ୟରେ ଭାରତୀୟମାନେ ସୋସିଆଲ ମିଡିଆରେ କ୍ରୋଧ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଅନେକ ଲୋକ ଏହିପରି 'ଅସାଧୁତା'ରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବଞ୍ଚାଇବାପାଇଁ ପ୍ରଦୂଷଣର ମୁକାବିଲା କରିବାକୁ ଭାରତ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ଶୁକ୍ରବାର ଦିନ ରାଷ୍ଟ୍ରପତିଙ୍କ ବିତର୍କ ସମୟରେ ଟ୍ରମ୍ପ କହିଛନ୍ତି ଯେ ଚୀନ, ଋଷ, ଭାରତ ଅତ୍ୟନ୍ତ ଅପରିଚ୍ଛନ୍ନ । ସେଠାକାର ବାୟୁମଣ୍ଡଳ ଅସ୍ବସ୍ଥ୍ୟକର। ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସପର୍ ସହଭାଗିତା ବୃଦ୍ଧି ସମ୍ପର୍କରେ ଆଲୋଚନା ପାଇଁ ନୂଆଦିଲ୍ଲୀ ଆସିବାକୁ ଥିବା ସମୟରେ ଟ୍ରମ୍ପଙ୍କର ଏହି ବିବୃତ୍ତି ସାମ୍ନାକୁ ଆସିଛି ।

ବିତର୍କ ସମୟରେ ଟ୍ରମ୍ପ ଭାରତର କରୋନା ଭାଇରସ ତଥ୍ୟ ଉପରେ ପ୍ରଶ୍ନ କରିଥିଲେ। ପ୍ରକାଶ ଥାଉ ଯେ ମହାମାରୀ ପାଇଁ ଟ୍ରମ୍ପ ପ୍ରଶାସନକୁ ସମାଲୋଚନା କରାଯାଉଛି। ଏଥି ସହିତ ଟ୍ରମ୍ପଙ୍କ ବିବୃତ୍ତି ବିଷୟରେ ସୋସିଆଲ ମିଡିଆରେ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି। ଏଭଳି ଅପରିଚ୍ଛନ୍ନ ମନ୍ତବ୍ୟ ପାଇଁ  କିଛି ଲୋକ ଏହାକୁ ଭାରତ ପାଇଁ ଅପମାନ ବୋଲି କହିଛନ୍ତି। ଏଥି ସହିତ ଆଉ କିଛି କହିଛନ୍ତି ଯେ ଏହିପରି ବିବୃତ୍ତି ଟ୍ରମ୍ପଙ୍କୁ ଭାରତୀୟ ଭୋଟ ମିଳିବାରେ ସହଯୋଗ କରିବ ନାହିଁ ।

ୟୁଜର୍ସମାନେ ଭାରତକୁ ପରିବେଶ ତଥା ବାୟୁମଣ୍ଡଳରେ ଆନ୍ତରିକତା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । କହିଛନ୍ତି ଯେ ଭାରତର ବାୟୁ ବିଶ୍ୱର ସବୁଠାରୁ ଅପରିଚ୍ଛନ୍ନ । ବର୍ଷ ବର୍ଷ ଧରି ଦିଲ୍ଲୀ ଦୁନିଆର ସବୁଠାରୁ ପ୍ରଦୂଷିତ ରାଜଧାନୀ ଭାବରେ ଉଭା ହୋଇଛି। ଯେତେବେଳେ କି ଭାରତର ଗଙ୍ଗା ସମତଳ ପୃଥିବୀର ସବୁଠାରୁ ଅପରିଷ୍କାର ଅଞ୍ଚଳ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର 2018 ବାୟୁ ଗୁଣବତ୍ତା ଡାଟାବେସ୍ ଅନୁସାରେ ବାର୍ଷିକ PM2.5 ସ୍ତର ଅନୁଯାୟୀ ଭାରତରେ ବିଶ୍ୱର ସାତଟି ପ୍ରଦୂଷିତ ସହର ରହିଛି  । କାନପୁର ଏଥିରେ ପ୍ରଥମ ଏବଂ ଦିଲ୍ଲୀ ପଞ୍ଚମ ସ୍ଥାନରେ ଥିଲା। 

  • Tags:

Subscribe

National International State Sports Entertainment