ନୂଆଦିଲ୍ଲୀ: ଆସନ୍ତା ୧ ତାରିଖ ଠାରୁ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଭାବିତ ହୋଇପାରନ୍ତି। ଏଥିରେ ୟୁପିଆଇ ପେମେଣ୍ଟ, ପାନ କାର୍ଡ ଆବେଦନ, ତତ୍କାଳ ଟ୍ରେନ୍ ଟିକେଟ୍ ବୁକିଂ, ଜିଏସ୍ଯି ରିଟର୍ଣ୍ଣ ଏବଂ ଏଚ୍ଡିଏଫ୍ସି ବ୍ୟାଙ୍କ କ୍ରେଡିଟ୍ କାର୍ଡ ଭଳି ଦିଗ ଅନ୍ତର୍ଭୁକ୍ତ। ସରକାର ଏବଂ ପ୍ରତିଷ୍ଠାନଗୁଡ଼ିକ ଏହି ନିୟମଗୁଡ଼ିକୁ କାର୍ଯ୍ୟକାରୀ କରି ପ୍ରକ୍ରିୟାଗୁଡ଼ିକୁ ଅଧିକ ସ୍ୱଚ୍ଛ ଏବଂ ବୈଷୟିକ ଭାବରେ ସୁରକ୍ଷିତ କରିବାକୁ ଚାହୁଁଛନ୍ତି।
ୟୁପିଆଇ ଚାର୍ଜବ୍ୟାକ୍
ଏବେ ପର୍ଯ୍ୟନ୍ତ ଯଦି କୌଣସି କାରବାରରେ ଚାର୍ଜବ୍ୟାକ୍ ଦାବି ପ୍ରତ୍ୟାଖ୍ୟାନ କରାଯାଏ, ତେବେ ବ୍ୟାଙ୍କକୁ ଭାରତୀୟ ଜାତୀୟ ପେମେଣ୍ଟ ନିଗମ (ଏନ୍ପିସିଆଇ) ଠାରୁ ଅନୁମତି ନେଇ ସେହି ମାମଲାକୁ ପୁନଃ ପ୍ରକ୍ରିୟାକରଣ କରିବାକୁ ପଡୁଥିଲା। କିନ୍ତୁ ଗତ ୨୦ ତାରିଖରେ ଘୋଷଣା କରାଯାଇଥିବା ନୂତନ ନିୟମ ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଏବେ ସଠିକ୍ ଚାର୍ଜବ୍ୟାକ୍ ଦାବିଗୁଡ଼ିକୁ ନିଜେ ପୁନଃ ପ୍ରକ୍ରିୟାକରଣ କରିପାରିବେ। ଏଥିପାଇଁ ସେମାନଙ୍କୁ ଏନ୍ପିସିଆଇର ଅନୁମୋଦନ ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
ପାନ କାର୍ଡ ପାଇଁ ଆଧାରକାର୍ଡ
ଯଦି କୌଣସି ବ୍ୟକ୍ତି ନୂତନ ପାନ କାର୍ଡ ତିଆରି କରିବାକୁ ଚାହାଁନ୍ତି, ତେବେ ତାଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ। ଏପର୍ଯ୍ୟନ୍ତ ଯେକୌଣସି ବୈଧ ପରିଚୟ ପତ୍ର ଏବଂ ଜନ୍ମ ପ୍ରମାଣପତ୍ର ଯଥେଷ୍ଟ ଥିଲା। କିନ୍ତୁ ସିବିଡିଟି (କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ) ଆସନ୍ତା ୧ ତାରିଖ ଠାରୁ ଆଧାରକାର୍ଡ ଯାଞ୍ଚକୁ ବାଧ୍ୟତାମୂଳକ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ନକଲି ପରିଚୟ ଏବଂ ଠକେଇକୁ ରୋକିବା।
ତତ୍କାଳ ଟିକେଟ ବୁକିଂରେ ଓପିଟି-ଆଧାର ଆବଶ୍ୟକ
ଆପଣ ଟ୍ରେନରେ ତତ୍କାଳ ଟିକେଟ ବୁକ୍ କରନ୍ତି ବର୍ତ୍ତମାନ ଏହି ପ୍ରକ୍ରିୟା ଟିକିଏ ଭିନ୍ନ ହେବ। ଜୁଲାଇ ୧ ତାରିଖ ଠାରୁ ଆଇଆରସିଟିଜି ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ରେ ତତ୍କାଳ ଟିକେଟ ବୁକ୍ କରିବା ପାଇଁ ଆଧାର ଯାଞ୍ଚ ଆବଶ୍ୟକ ହେବ। ଅନଲାଇନରେ କିମ୍ବା ପିଆରଏସ୍ କାଉଣ୍ଟରରୁ ତତ୍କାଳ ଟିକେଟ ବୁକ୍ କରିବା ସମୟରେ ମଧ୍ୟ ଓଟିପି ଦେବାକୁ ପଡିବ।
ଜିଏସ୍ଟି ରିଟର୍ଣ୍ଣରେ ନିୟମ କଠୋର
ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ନେଟୱାର୍କ (ଜିଏସ୍ଟିଏନ୍) ଘୋଷଣା କରିଛି ଯେ ୨୦୨୫ ଜୁଲାଇରୁ ଜିଏସ୍ଟିଆର-୩ବି ଫର୍ମ ସମ୍ପାଦନ କରାଯାଇପାରିବ ନାହିଁ। ଏହା ବ୍ୟତୀତ, ବର୍ତ୍ତମାନ କୌଣସି କରଦାତା ତିନି ବର୍ଷ ପରେ ପୂର୍ବ ତାରିଖର ଜିଏସ୍ଟି ରିଟର୍ଣ୍ଣ ଫାଇଲ୍ କରିପାରିବେ ନାହିଁ। ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ହେଉଛି ସମୟସୀମାରେ ରିଟର୍ଣ୍ଣ ଫାଇଲ୍ କରିବାର ଅଭ୍ୟାସକୁ ପ୍ରୋତ୍ସାହିତ କରିବା।
ଏଚ୍ଡିଏଫ୍ସି ବ୍ୟାଙ୍କ କ୍ରେଡିଟ୍ କାର୍ଡ
ଏଚ୍ଡିଏଫ୍ସି ବ୍ୟାଙ୍କ କ୍ରେଡିଟ୍କାର୍ଡ ଧାରକଙ୍କ ପାଇଁ ୧ ଜୁଲାଇରୁ ଅନେକ ନୂତନ ଚାର୍ଜ ଏବଂ ପୁରସ୍କାର ନୀତିରେ ପରିବର୍ତ୍ତନ କରାଯାଉଛି। ଏବେ, ଯଦି ଆପଣଙ୍କ ଖର୍ଚ୍ଚ ଗୋଟିଏ ମାସରେ ୧୦,୦୦୦ରୁ ଅଧିକ ହୁଏ। ତେବେ ୧ ପ୍ରତିଶତ ଅତିରିକ୍ତ ଶୁଳ୍କ ନିଆଯିବ। ଏହା ବ୍ୟତୀତ ୫୦,୦୦୦ରୁ ଅଧିକ ୟୁଟିଲିଟି ବିଲ୍, ୧୦,୦୦୦ରୁ ଅଧିକ ଅନଲାଇନ୍ ଗେମିଂ, ୧୫,୦୦୦ ରୁ ଅଧିକ ଇନ୍ଧନ ଖର୍ଚ୍ଚ ଏବଂ ଶିକ୍ଷା କିମ୍ବା ଭଡ଼ା ସମ୍ବନ୍ଧୀୟ ତୃତୀୟ ପକ୍ଷ ପେମେଣ୍ଟ ଉପରେ ମଧ୍ୟ ୧% ଫି ଆଦାୟ କରାଯିବ। ଏହି ସମସ୍ତ ଶୁଳ୍କର ସର୍ବାଧିକ ସୀମା ପ୍ରତି ମାସରେ ୪,୯୯୯ ଟଙ୍କା ସ୍ଥିର କରାଯାଇଛି। ଏହା ସହିତ ଏବେ ଅନଲାଇନ୍ ଦକ୍ଷତା-ଆଧାରିତ ଗେମିଂରେ କୌଣସି ପୁରସ୍କାର ପଏଣ୍ଟ ଉପଲବ୍ଧ ହେବ ନାହିଁ ଏବଂ ବୀମା ପେମେଣ୍ଟରେ ପ୍ରାପ୍ତ ପୁରସ୍କାର ପଏଣ୍ଟ ଉପରେ ଏକ ସୀମା ଲାଗୁ କରାଯାଇଛି।
ଅଧିକ ପଢ଼ନ୍ତୁ: ଭାରତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ